ବିଜେପି ସହ ୪୦ ବର୍ଷର ସର୍ମ୍ପକ ଛିନ୍ନ କଲେ ରାଜକିଶୋର । ରାଜ୍ୟ ଉପସଭାପତି ସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜକିଶୋର

777

କନକ ବ୍ୟୁରୋ : ବିଜେପି ଛାଡିଲେ ରାଜକିଶୋର । ବିଜେପିର ରାଜ୍ୟ ଉପସଭାପତି ରାଜକିଶୋର ଦାସ । ବିଜେପିର ରାଜ୍ୟ ଉପସଭାପତି ପଦ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜକିଶୋର । ନିଜର ଇସ୍ତଫା ପତ୍ର ସେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇବା ତୁରନ୍ତ ଏହାକୁ ଗ୍ରହଣ କରିବାକୁ କହିଛନ୍ତି ରାଜକିଶୋର ।

ମୟୂରଭଞ୍ଜର ଏହି ଟାଣୁଆ ନେତା ବିଜେପି ସହ ଦୀର୍ଘ ୪୦ ବର୍ଷ ଧରି ରହି ଆସିଥିଲେ । ଏପରିକି ମୟୂରଭଞ୍ଜରେ ବିଜେପିର ମଙ୍ଗ ଧରି ଆସୁଥିଲେ ରାଜକିଶୋର । ତେବେ ଚଳିତ ନିର୍ବାଚନରେ ମୋରଡା ଆସନରେ ପ୍ରାର୍ଥୀ ହେବାକୁ ମନ ବଳାଇଥିବା ରାଜଶେଖରଙ୍କୁ ଦଳ ପକ୍ଷରୁ ସେଭଳି କୌଣସି ସଂକେତ ମିଳିନଥିଲା । ଫଳରେ ଟିକେଟ ଘୋଷଣା ପୂର୍ବରୁ ଦୀର୍ଘ ୪୦ ବର୍ଷର ସର୍ମ୍ପକ ଛିନ୍ନ୍ କରି ବିଜେପିକୁ ବାଏ ବାଏ କରିଛନ୍ତି ରାଜକିଶୋର । ତେବେ ସେ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସଂକେତ ଦେଇନଥିବା ବେଳେ ବିଜେପିକୁ ଏକ ବଡ ଝଟକା ଲାଗିଛି ।

Comments are closed.