ରାଇରଙ୍ଗପୁରରୁ ଆସିଲା ଦୁଃଖଦ ଖବର :  ହଷ୍ଟେଲ ଭିତରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

826

କନକ ବ୍ୟୁରୋ : ରାଇରଙ୍ଗପୁରରୁ ଆସିଛି ଦୁଃଖଦ ଖବର । କଲେଜ ହଷ୍ଟେଲ ଭିତରେ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ । ରାଇରଙ୍ଗପୁର କଲେଜ ହଷ୍ଟେଲରୁ ମିଳିଛି ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ । ମୃତ ଅଧ୍ୟାପିକାଙ୍କ ନାଁ ରୁକ୍ମଣୀ ମଣ୍ଡଳ । ସେ ରାଇରଙ୍ଗପୁର କଲେଜରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିଲେ । ସୂଚନା ଅନୁସାରେ କାଳୀପୂଜାରେ ଅଧ୍ୟାପିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ଝାରପୋଖରିଆ ଥାନାରେ ଏତଲା କରିଥିଲେ ।

ଝାରପୋଖରିଆ ପୋଲିସ କାର୍ଯ୍ୟନୁଷ୍ଠାନରେ ଅବହେଳା କରିବା ନେଇ ଆଜି ମୟୂରଭଂଜ ଏସପି ଝାରପୋଖରିଆ ଆଇଆଇସିଙ୍କୁ ଏସପି ଅଫିସକୁ ବଦଳି  ଓ ମାମଲାର ତଦନ୍ତାକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ୱିତ କରିଛନ୍ତି । ମୃତ ଅଧ୍ୟାପିକାଙ୍କ ପରିବାର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ କଟକରୁ ଗିରଫ କରିଥିବା ସୂଚନା ମିଳିଛି ।