କନକ ବ୍ୟୁରୋ : । ନିଜ ସ୍ତ୍ରୀର ପର ପୁରୁଷଙ୍କ ସହ ସମ୍ପର୍କ ଅଛି ବୋଲି ସନ୍ଦେହ କରି ବାଲୋଦାବଜାର-ଭାତପଡ଼ା ଜିଲ୍ଲା ଅନ୍ତର୍ଗତ ଛତିଶଗଡ଼ ସଶସ୍ତ୍ର ବାହିନୀର ଜଣେ ଯବାନ୍ ନିଜ ପତ୍ନୀଙ୍କ ଗୁପ୍ତାଙ୍ଗରେ ବିଜୁଳି ଆଘାତ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବର୍ଷିୟ ସୁରେଶ ମିରିଙ୍କୁ (୩୩)ଙ୍କୁ ନିଜ ହେପାଜତରେ ନେଇଛି ମୁଙ୍ଗେଲି ଜିଲ୍ଲା ସରଗାଓଁ ପୁଲିସ। ୨୭ ବର୍ଷୀୟ ପତ୍ନୀ ଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ସେ ଉକ୍ତ ଥାନାକୁ ତାଙ୍କର ଶବ ନେଇ ଯାଇଥିବା କଥା ସରଗାଓଁ ଫାଣ୍ଡିର ସବ୍-ଇନ୍ସ୍ପେକ୍ଟର୍ ପରସ ରାମ ଜଗତ ଏନେଇ ସେଠାକାର ଗଣମାଧ୍ୟକୁ ସୂଚନା ଦେଇଛନ୍ତି । ତେବେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ସମୟରେପଚରା ଉଚୁରା କଲାବେଳେ ସେ ଦାନ୍ତେଓ୍ଵାଡ଼ା ଜିଲ୍ଲାସ୍ଥିତ ସିଏଏଫ୍ର ୬ଷ୍ଠ ବାଟାଲିୟାନ୍ରେ ରୋଷେୟା କାମ କରୁଥିବା ପୋଲିସକୁ ସୂଚନା ଦେଇଛନ୍ତି । ଏହାସହ ନିଜ ସ୍ତ୍ରୀ ମିରି ଲକ୍ଷ୍ମୀଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର ମଧ୍ୟ କରିଛନ୍ତି। ସେ ପରକୀୟ ପ୍ରୀତିରେ ଲିପ୍ତ ଥିଲେ ବୋଲି ମିରିଙ୍କର ସନ୍ଦେହ ହୋଇଥିଲା ଏହାପରେ ସେ ଏକଥାର ପ୍ରମାଣ ମଧ୍.ୟ ପାଇଥିବା ପୋଲିସକୁ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ମୁଁ ଘରେ ନଥିବା ସମୟରେ ସେ ଅନେକ ଲୋକମାନଙ୍କ ସହ ସମ୍ପର୍କ ରଖିଥିବା ମତେ କେତେକ ଲୋକ କହିଥିଲେ । ତେବେ ପରେ ମୋର ସନ୍ଦେହ ବଢିଥିଲା । ତେଣୁ ମୁଁ ଏପରି କାମ କରିଥିବା ଯବାନ ଜଣଙ୍କ ସୂଚନା ଦେଇଛନ୍ତି ।

 

ତେବେ ଉଭୟଙ୍କର ଦୁଇ ସନ୍ତାନ ରହିଥିବା ଜଣାପଡିଛି । ପାଖ ପଡୋଶୀଙ୍କ କହିବା ଅନୁସାରେ ଗତ ମଙ୍ଗଳବାର ଦିନ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କୈାଣସି କଥାକୁ ନେଇ ପ୍ରବଳ ଝଗଡା ହୋଇଥିଲା । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଲକ୍ଷ୍ମୀ ଗାଧୁଆଘରେ ଲୁଗାସଫା କରୁଥିବା ବେଳେ ମିରି ଭିତରକୁ ଯାଇ ତାଙ୍କୁ ମାଡ଼ ଦେଇଥିଲେ । ସେ ଅଚେତ ହୋଇ ପଡ଼ିଲା ପରେ ମିରି ତାଙ୍କ ଗୁପ୍ତାଙ୍କରେ ଏକ ଧାତବ ତାର ପୂରାଇ ବିଜୁଳି ସଂଯୋଗ କରାଇବା ପରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଲକ୍ଷ୍ମୀ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି ମିରି ଶଶୁର ଘରକୁ ଖବର ଦେଇଥିଲେ ।

ଯେତେବେଳେ ଜାଣିପାରିଲେ କି ତାଙ୍କ ପତ୍ନୀ ପ୍ରାଣତ୍ୟାଗ କରିସାରିଛନ୍ତି ତା’ପରେ ସେ ଏକ ଭ୍ୟାନ୍ ଭଡ଼ା କରି ସେଥିରେ ଲକ୍ଷ୍ମୀଙ୍କ ଶବ ନେଇ ପଡ଼ୋଶୀ ମୁଙ୍ଗେଲି ଜିଲ୍ଲାରେ ଥିବା ନିଜ ପୈତୃକ ଗାଁ ଖଜରିକୁ ନେଇଥିଲେ । ସେଠାରେ ପହଞ୍ଚି ମିରି ଅସୁସ୍ଥ ଥିଲେ ଓ ଏଥିଲାଗି ତାଙ୍କର ମୃତ୍ୟୁ ହୋଇଥିବା ସମସ୍ତଙ୍କୁ କହିଥିଲେ । କିନ୍ତୁ ଘଟଣା ସମ୍ପର୍କରେ ପ୍ରକୃତ କଥା ଜଣାପଡିଲା ପରେ ସମସ୍ତଙ୍କୁ ଚକିତ କରିବା ସହ ଏପରି ସନ୍ଦେହ କରି ଜଣଙ୍କୁ ଜୀବନରୁ ମାରିଥିବା ଯବାନଙ୍କ ବିରୋଧରେ ପୋଲିସ ଦସ୍ତଙ୍ଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମିରିଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି । ତେବେ ଏହି ଘଟଣା ଜଣାପଡିବା ପରେ ରାୟପୁର ଅଞ୍ଚଳରେ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବୀ କରାଯାଇଛି ।