ବର୍ଷା ପାଣିରେ ଭାସିଲା ଡାକ୍ତରଖାନା : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଶିଶୁ ଓ ମହିଳା ବିଭାଗରେ ପଶିଲା ପାଣି

30

କନକ ବ୍ୟୁରୋ : ବର୍ଷା କଲା ବେହାଲ । ଡାକ୍ତରଖାନାରେ କାଳବୈଶାଖୀର ପ୍ରଭାବ । ବେଡ ଉପରେ ରୋଗୀ ତଳେ ଲହଡି ମାରୁଛି ବର୍ଷା ପାଣି । ୩ ଘଂଟା ଧରି ଡାକ୍ତରଖାନାକୁ ଅଚଳ କରିଛି ଅଦିନିଆ ବର୍ଷା । କେନ୍ଦୁଝର ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଆଜି ମଧ୍ୟାହ୍ନରେ କାଳବୈଶାଖୀ ବର୍ଷା ପାଣି ଡାକ୍ତରାଖାନା ଭିତରେ ପଶିଯାଇଛି । ଡାକ୍ତରଖାନାର ମହିଳା ଓ ଶିଶୁ ରୋଗ ବିଭାଗରେ ବର୍ଷା ପାଣି ପଶିଯାଇଥିଲା । ଫଳରେ ରୋଗୀ ଓ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡିଥିଲା । ୱାର୍ଡରୁ ବର୍ଷା ଜଳ ନିଷ୍କାସନ କରିବା ପାଇଁ ଡାକ୍ତରଖାନାର ୮ ଜଣ କର୍ମଚାରୀ ୨ ଘଂଟା ଧରି ନାକେଦମ୍ ହୋଇଥିଲେ ।