ଓଡିଶାରେ ଅଦିନିଆ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ : ୧୦ ଓ ୧୧ ତାରିଖରେ ଅଧିକ ବର୍ଷାର ସମ୍ଭାବନା

29

କନକ ବ୍ୟୁରୋ : ବଂଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇଛି । ସେପଟେ ଉତର ଓଡିଶା, ଝାଡଖଣ୍ଡ, ଓ ପଶ୍ଚିମବଂଗର ଗାଂଗେୟ ଉପତ୍ୟାକାରେ ସୃଷ୍ଟି ହୋଇଛି ଘୂର୍ଣିବଳୟ । ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ଅଦିନିଆ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଗତ ରାତିରେ ମଧ୍ୟ ଝିପିଝିପି ବର୍ଷା ଲାଗି ରହିଥିଲା ।

ତେବେ ୧୦ ଓ ୧୧ ତାରିଖରେ ଅଧିକ ବର୍ଷାର ସମ୍ଭାବନା ରହିଛି । ଗତ ୩ ଦିନ ହେଲା ରାଜଧାନୀରେ ଏପରି ପାଗ ଲାଗି ରହିଛି । ଆହୁରି ୫ ଦିନ ପର୍ଯ୍ୟନ୍ତ ଏପରି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମାର୍ଚ୍ଚ ୧୫ ତାରିଖ ପରେ ତାପମାତ୍ରା ବଢିପାରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –