ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ୍ରେସନର ରୂପ ନେଲା : ଓଡିଶା ଉପକୂଳରେ ଆଜିଠୁ ଦୁଇଦିନ ଧରି ପ୍ରବଳ ବର୍ଷା

26

କନକ ବ୍ୟୁରୋ : ଆଜିଠାରୁ ଦୁଇ ଦିନ ଯାଏ ଅର୍ଥାତ୍ ୪ ଓ ୫ ତାରିଖରେ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବ । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ୍ରେସନର ରୂପ ନେଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବା ସହ ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବୀମାନଙ୍କୁ ସତର୍କ କରିଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବାଂଲାଦେଶ ଆଡକୁ ଗତିକରିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।