ତାତିରୁ ମିଳିଲା ତ୍ରାହି : କାଳବୈଶାଖୀ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା

23

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ବର୍ଷା ହୋଇଛି । ଟ୍ୱିନ୍ ସିିଟିରେ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି । ପାଗ କୋହଲା ରହିଛି । ସେପଟେ ଖୋର୍ଦ୍ଧା, ନୟାଗଡ, ମାଲକାନଗିରି ଓ ଗଂଜାମରେ କାଳବୈଶଖୀ ହେବାର ସତର୍କ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ୬୦ କିମିର ବେଗରେ ପବନ ବହିବାର ସମ୍ବାବନା ରହିଛି । ଏହାଫଳରେ ଆଗାମୀ ୫ ଦିନ ଧରି ତାପମାତ୍ରା ହାସ ପାଇବାର ସମ୍ବାବନା ରହିଛି ।