ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ: କାଲି ନେବ ଅବପାତର ରୂପ; ୧୬ ସନ୍ଧ୍ୟାରେ ସାମୂଦ୍ରିକ ଝଡ଼ର ରୂପ ନେବା ସମ୍ଭାବନା

ମେ ୧୮ ଓ ୧୯ ଆଡକୁ ଉତରବଙ୍ଗୋପସାଗର ଆଡକୁ କରିପାରେ ଗତି: ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଆଡକୁ ମୁହାଁଇପାରେ ବାତ୍ୟା

3,327

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ- ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୁତ ହେଉଛି । ଏହି ଲଘୁଚାପ ବଳୟ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତି ଅଂଚଳରେ ୱେଲମାର୍କ-ଲୋ-ପ୍ରେସର ରୁପ ନେଇଛି । ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୁପ ନେଇପାରେ । ପରବର୍ତି ସମୟରେ ଏହି ଅବପାତ ଆହୁରି ଘନୀଭୁତ ହୋଇ ମଇ ୧୬ ତାରିଖ ସଂଧ୍ୟା ବେଳକୁ ସାମୁଦ୍ରିକ ଝଡର ରୁପ ନେବା ସମ୍ଭାବନା ରହିଛି ।

ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏଁ ଉତର-ପଶ୍ଚିମ ଦିଗରେ କରିବ । ଏହାପରେ ଏହି ସାମଦ୍ରିକ ଝଡ ନିଜର ଦିଗ ପରିବର୍ତନ କରି ମେ ୧୮ ଓ ୧୯ ତାରିଖ ଯାଏଁ ଉତର-ଉତର-ପୂର୍ବ ଦିଗରେ ଉତର ବଙ୍ଗୋପ ସାଗରରେ ଗତି କରିବ । ଉତର-ଉତର-ପୂର୍ବ ଦିଗରେ ସାମୁଦ୍ରିକ ଝଡ ଗତି କଲେ ଏହା ପଶ୍ଚିମବଙ୍ଗ ଓ ମିଆଁମାର ଆଡକୁ ମୁହାଁହେବ । ହେଲେ ଯଦି ସାମଦ୍ରିକ ଝଡ ପୁଣି ଗତି ପରିବର୍ତନ କରି ଉତର-ଉତର-ପଶ୍ଚିମ ଦିଗକୁ ମୁହାଏ ତେବେ ଓଡିଶା ମଧ୍ୟ ପ୍ରଭାବିତ ହେବ ।