ଦୁଇ ଦିନର ଲଗାଣ ବର୍ଷା ପରେ ଦୁର୍ବଳ ହେଲା ଲଘୁଚାପ : ଆଜିଠୁ କମିବ ବର୍ଷା , ସେପଟେ ବଢୁଛି ସୁବର୍ଣ୍ଣରେଖା, ବଂଶଧାରା ଓ ଜଳକା

43

କନକ ବ୍ୟୁରୋ :  ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇ ଦିନ ଧରି ରାଜ୍ୟବ୍ୟାପୀ ଲଗାଣ ବର୍ଷା ହୋଇଛି । ତେବେ ଆଜିଠୁ କମିବ ବର୍ଷା । ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଏହା ଉତ୍ତର ଆଡକୁ ଗତିକରି ଝାଡଖଣ୍ଡ ମୁହାଁ ହୋଇଛି । ତେବେ ରାଜ୍ୟର ଅନେକ ସ୍ଥାନରେ ଏବେବି ଝିପ୍ ଝିପ୍ ବର୍ଷା ଲାଗିରହିଛି । ବର୍ଷା ଛାଡିବା ପରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ଥଣ୍ଡା ବଢିବ । ରାତିରେ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ କହିଛି ।

ସେପଟେ ବଢ଼ୁଛି ନଦୀର ଜଳସ୍ତର । ଜଳକା ଓ ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିପରି ବଂଶଧାରାର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମୟୁରଭଞ୍ଜର ଦେଓନଦୀର ଜଳସ୍ତର ମଧ୍ୟ ବଢିଛି । ଫଳରେ ଉଦଳା ବାରିପଦା ୧୯ନମ୍ବର ରାଜ୍ୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ରାୟଗଡାର ଚନ୍ଦ୍ରପୁର ବ୍ଲକର ବନ୍ଦ୍ରି ଓ କୁମ୍ଭାରପଦା ଗାଁର ଲୋକ ପାଣିଘେରରେ ଅଛନ୍ତି ।