ଆସନ୍ତା୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ! ମତ୍ସଜୀବୀଙ୍କୁ ସତର୍କ ସୂଚନା

43

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ତରଫରୁ ଗୁରୁବାରର ସୂଚନା ମିଳିଛି । ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବାରୁ ଓଡ଼ିଶାର ଗୋଟିଏ ବା ୨ଟି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟର ଅଧିକାରୀ କହିଛନ୍ତି । ଭୁବନେଶ୍ୱରରେ ଆକାଶ ମେଘୁଆ ରହିବ। ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି । ସମୁଦ୍ରରେ ୪୫ରୁ ୫୫କିଲୋମିଟର ଘଣ୍ଟା ପ୍ରତି ପବନ ବହିବ। ସେହିଭଳି ଉପକୂଳ ଅଞ୍ଚଳର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବ । ସୂଚନାଯୋଗ୍ୟ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି ।