ପ୍ରବଳ ଗରମରୁ ନିସ୍ତାର ଆଣିଲା ଅସରାଏ ବର୍ଷା ! ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜିଲା ମାଟି

105

କନକ ବ୍ୟୁରୋ : ପ୍ରବଳ ଗରମ ଓ ଗୁଳୁଗୁଳି ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତେବେ ବର୍ଷା ପରେ ମଧ୍ୟ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଧିରେ ଧିରେ କମିବ । ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର ।

heavy rain fall
image courtesy-https://www.google.co.in

ସେହିପରି ଆଭ୍ୟନ୍ତରୀଣ ଓଡିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହାସହ ଆସନ୍ତା ୨୩ରୁ ୨୫ ମଧ୍ୟରେ ପୁଣି ଥରେ ସକ୍ରୀୟ ହେବ ମୌସୁମୀ । ଆସନ୍ତା ୪୮ ଘଂଟା ମଧ୍ୟରେ ଉତର ଓ ଉପକୂଳ ଓଡିଶାରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି । ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ରାୟଗଡ,ଗଜପତି, ଗଂଜାମ, କଟକ, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ କୋରାପୁଟ ଜିଲ୍ଳାକୁ ସତର୍କ ସୂଚନା ଦିଆଯାଇଛି ।