ପାର୍ବଣକୁ ପାଣିଚିଆ କରିପାରେ ବର୍ଷା ! ଆଗାମୀ ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

33

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଓଡିଶା ଉପକୂଳ ସହ ପଶ୍ଚିମବଙ୍ଗର ଗାଙ୍ଗେୟ ଅବବାହିକାରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଆଗାମୀ ୨ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ହୋଇ ପଡିଥିବାବେଳେ ଉପକୂଳ ଅଂଚଳରେ ଘଂଟାକୁ ୩୫ରୁ ୫୫ କିଲୋମିଟର ବେଗରେ ପବନ ବହୁଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତର ଓଡିଶାରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି ।

rain in odishaଲଘୁଚାପ ପ୍ରଭାବରେ ଆଗାମୀ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ,ଉତ୍ତର ଓ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିତ ପାଣିପାଗ ବିଭାଗ । ଦେବଗଡ, କେନ୍ଦୁଝର, ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକରେ ମଧ୍ୟ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଦଶହରାକୁ ଫିକା କରିପାରେ ବର୍ଷା । କାରଣ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୨୫ ତାରିଖ ବେଳକୁ ଆଉଗୋଟିଏ ଘୂର୍ଣ୍ଣିବଳୟ ଦକ୍ଷିଣ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଆଖାପାଖରେ ସୃଷ୍ଟି ହେବ ।