ଅସରାଏ ବର୍ଷାରେ ବେହାଲ ପୁରୀ ବଡ଼ ଦାଣ୍ଡ

53

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଅସରାଏ ବର୍ଷାରେ ଅବସ୍ଥା ବେହାଲ । ଉବୁଟୁବୁ ପୁରୀ ବଡ଼ ଦାଣ୍ଡ । ରାସ୍ତାରେ ଆଂଠୁଏ ଆଂଠୁଏ ପାଣି । ଗାଡ଼ି ମଟର ତ ଦୂରର କଥା ରାସ୍ତାରେ ଚାଲିକି ଯିବା ବି କଷ୍ଟକର ହୋଇପଡୁଛି । ବର୍ଷା ପାଣି ଯୋଗୁଁ ବଡ଼ ଦାଣ୍ଡ କଡ଼ରେ ଥିବା ଦୋକାନଗୁଡ଼ିକ ପଶୁଛି ବର୍ଷା ପାଣି । ବଡ଼ ଦାଣ୍ଡରେ ବର୍ଷା ପାଣି ଜମି ରହୁଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲାଗୁଛି ଯମିତି ଫେଲ ମାରିଛି ଡ୍ରେନେଜ୍ ବ୍ୟବସ୍ଥା ।

ଆସନ୍ତାକାଲି ଶ୍ରାବଣ ସୋମବାର ଥିବା ଶହ ଶହ କାଉଡିଆଙ୍କ ଭିଡ଼ ଲାଗୁଥିବା ବେଳେ ରାସ୍ତାରେ ବର୍ଷା ପାଣି ଯୋଗୁଁ ଚାଲିକିି ଯିବା ବି ମୁସ୍କିଲ ହୋଇପଡ଼ିଛି । ପମ୍ପ ଜରିଆରେ ରାସ୍ତାରୁ ବର୍ଷା ପାଣି ହଟାଇବା ନେଇ ପ୍ରଶାସନ ବାରମ୍ବାର ଦାବି କରୁଥିଲେ ମଧ୍ୟ ଆଜିର ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ଭାଙ୍ଗୁନି ପ୍ରଶାସନର ନିଦ । ନବକଳେବର ସମୟରେ କୋଟି କୋଟି ଟଙ୍କାରେ ହୋଇଥିବା ରାସ୍ତା ଓ ଡ୍ରେନ୍ କାମ କେମିତି ହୋଇଛି ,ଆଜିର ଏହି ଦୃଶ୍ୟ ଦେଖିଲେ ଯେକେହି ବି ଅନୁମାନ କରିପାରିବେ ।

 ଦେଖନ୍ତୁ ଏହି ଭିଡିଓ –