ବର୍ଷାରେ ବେହାଲ ପୁରୀ ବଡଦାଣ୍ଡ ! ପାଣି ନିଷ୍କାସନ ହୋଇନପାରି ଜମିରହିଲା ନାଳନର୍ଦ୍ଦମା ପାଣି

28

କନକ ବ୍ୟୁରୋ : ବର୍ଷା ପାଣିରେ ବେହାଲ ବଡଦାଣ୍ଡ । ବଡଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ନାଳ ପାଣିରେ ହନ୍ତସନ୍ତ ହୋଇଛନ୍ତି ପର୍ଯ୍ୟଟକ । ଡ୍ରେନେଜ ବ୍ୟବସ୍ଥାରେ ତ୍ରୁଟି ତଥା ଜାମ ଯୋଗୁଁ ଏଭଳି ସମସ୍ୟା ହୋଇଥିବା ଜଣାପଡିଛି । ଶାରଦୀୟ ପୁଜା ସମୟରେ ଏଭଳି ପାଣି ସମସ୍ୟାକୁ ନେଇ ପର୍ଯ୍ୟଟକ ହନ୍ତସନ୍ତ ହୋଇପଡିଥିଲେ । ବିଶେଷ କରି ପୁରୀ ସହରରେ ନର୍ଦମା ପାଣି ନିଷ୍କାସନକୁ ନେଇ ବିଭିନ୍ନ ଯୋଜନା କରାଯାଉଥିଲେ ବି ଏହା ଫେଲ ମାରିଥିବାର ଦେଖିବାକୁ ମିଳିଛି ।