ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା : ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗିରହିପାରେ

36

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ରାଜ୍ୟରେ ଅନେକ ସ୍ଥାନରେ ଲାଗି ରହିଛି ଝିପିଝିପି ବର୍ଷା । ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗିରହିବ । ଉତର ପଶ୍ଚିମ ରାଜସ୍ଥାନରୁ ଝାଡଖଣ୍ଡ, ପଶ୍ଚିମବଙ୍ଗ ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯେଉଁ ଟ୍ରାପ ଲାଇନ ସୃଷ୍ଟି ହୋଇଥିଲା, ତାହା ଓଡିଶା ନିକଟତର ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୩୯.୮ ମିଲିମିଟର ବର୍ଷା ହୋଇଥିବା ବେଳେ କଟକରେ ୨୫.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।