ଶୀତ ଛାଡୁଛି, ବର୍ଷା ଆସୁଛି । ରାଜ୍ୟରେ ଆଜିଠୁ ଦୁଇ ଦିନ ବର୍ଷା, ୨୯ ପରେ ପାଗ ରହିବ ଶୁଖିଲା, ଦେଖାଦେବ ଘନ କୁହୁଡି ।

611

କନକ ବ୍ୟୁରୋ : ଆଜିଠାରୁ ଉତ୍ତର ଓ ଦକ୍ଷିଣ ଓଡିଶାର କେତକ ସ୍ଥାନରେ ଘଡଘଡି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । କଟକ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା, ମୟୂରଭଞ୍ଜ, କେନ୍ଦୁଝରରେ ବର୍ଷା ହୋଇପାରେ ।

ଦୁଇ ଦିନ ଧରି ଏସବୁ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ୨୯ ତାରିଖ ପରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ଓ ସକାଳେ ଘନ କୁହୁଡି ଦେଖାଦେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।