୧୬ରୁ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡ଼ି ସହ ବର୍ଷା ଆଶଙ୍କା, ପାଣିପାଗ ବିଭାଗର ସୂଚନା

156

କନକ ବ୍ୟୁରୋ : ଓଡ଼ିଶାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ର ୯.୫ ଡିଗ୍ରି ସେଲସିୟସ୍‌ ରହିଛି । ଓଡ଼ିଶାରେ ଆଗାମୀ ୫ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏବଂ ୧୬ରୁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ପୂର୍ବାନୁମାନ କରାଯାଇଛି ।

ଆର୍ଥାତ ୧୧,୧୨, ୧୩,୧୪ ଓ ୧୫ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ  । ୧୬ରୁ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡ଼ି ବିଜୁଳି ସହିତ ବର୍ଷା ଆଶଙ୍କା କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁର ଆଦି ସ୍ଥାନରେ ୧୬ ତାରିଖରେ ବର୍ଷା ହୋଇପାରେ । ଅଭ୍ୟନ୍ତରୀୟ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ।