ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଆଜି ଠାରୁ ଦୁଇ ଦିନ ଧରି ବର୍ଷିବ : ସମୁଦ୍ର ପତନ ଠାରୁ ୪.୫କିଲୋମିଟର ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ

27

କନକ ବ୍ୟୁରୋ : ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସମୁଦ୍ର ପତ୍ତନଠାରୁ ୩.୬ କିଲୋମିଟର ଏବଂ ୪.୫ କିଲୋମିଟର ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଜି ଠାରୁ ଦୁଇଦିନ ଧରି ପଶ୍ଚିମ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩୦ ଓ ୩୧ରେ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ଉତ୍ତର ଓଡ଼ିଶାର କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ହେବ । ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି । ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିବା ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, କଟକରେ ୧୫ ମିମି ବର୍ଷା ରେକର୍ଡ଼ କରାଯାଇଥିବାବେଳେ ପାରାଦୀପରେ ୧୨ ମିମି, ୨ ମିମି, ଅନୁଗୁଳରେ ୬ ମିମି, ତାଳଚେରରେ ୨୯ ମିମି, କୋରାପୁଟରେ ୪ ମିମି, ମାଲ୍‌କାନଗିରିରେ ୩ ମିମି, ଦାରିଂବାଡ଼ିରେ ୪ ମିମି ବର୍ଷା ରେକର୍ଡ କରାଯାଇଛି ।

ସେପଟେ ଛତିଶଗ଼ଡ ଛାଡ଼ିଥିବା ବନ୍ୟା ଜଳ ପ୍ରଭାବରେ ମହାନଦୀ ଫୁଲିବା ଆରମ୍ଭ କରିଛି । ଆଜି ମଧ୍ୟ ରାତି ପରେ ମୁଣ୍ଡୁଳିଠାରେ କିଛି ଘଣ୍ଟା ପାଇଁ ସର୍ବାଧିକ ବନ୍ୟା ଜଳ ପ୍ରବାହିତ ହେବ । ପାଖାପାଖି ସାଢେ ୮ଲକ୍ଷ ଘନଫୁଟ ଜଳ ଏହି ସମୟରେ ମୁଣ୍ଡୁଳି ଅତିକ୍ରମ କରିପାରେ । ଯଦିଓ ଏହା ଏକ ମଧ୍ୟମ କିସମର ବନ୍ୟା, ତଥାପି ବିଭିନ୍ନ ସ୍ଥାନରେ ମହାନଦୀ ମହାବିତ୍ପାତ କରିବା ଆରମ୍ଭ କଲାଣି । ସୋନପୁର, ବୌଦ୍ଧ, ଅନୁଗୁଳର ଆଠମଲ୍ଲିକ, ବାଙ୍କୀ ଆଦି ତଳିଆ ଅଞ୍ଚଳରେ ପାଣି ପଶିଛି । କିଛି ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆସନ୍ତାକାଲିକୁ ଅବିଭକ୍ତ କଟକ ଓ ପୁରୀ ଜିଲ୍ଲାରେ କିଛି ପରିମାଣରେ ସ୍ଥିତି ବିଗାଡିପାରେ ।