ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ : ପ୍ରଭାବରେ ନବରଙ୍ଗପୁରରେ ବର୍ଷା

238

କନକ ବ୍ୟୁରୋ : ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରେରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ସାରିଛି । ଏହା ଆସନ୍ତା ୧୨ ଘଂଟା ଭିତରେ ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ତା’ପରବର୍ତ୍ତି ୨୪ ଘଂଟାରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବତର୍ତ୍ତମାନ ଏହା ଆନ୍ଧପ୍ରଦେଶର ମଛଲିପଟ୍ଟନମଠାରୁ ୧୩୫୦ କିମି ଦୂରରେ ରହିଛି । ତେବେ ଏହାର ପ୍ରଭାବରେ ଆନ୍ଧପ୍ରଦେଶର ଉପକୂଳ ଅଂଚଳରେ ଆରମ୍ଭ ହୋଇଯାଇଛି ବର୍ଷା ।

ଓଡିଶାରେ ଏହାର ପ୍ରଭାବ ପଡିବନି ବୋଲି କୁହାଯାଉଥିଲେ ମଧ୍ୟ ନବରଙ୍ଗପୁରରେ ଆରମ୍ଭ ହୋଇଯାଇଛି ବର୍ଷା । ସକାଳୁ ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ କୋହଲା ପବନ ବହୁଛି । ତେବେ ଧାନ ଅମଳ ସମୟରେ ବର୍ଷା ଆରମ୍ଭ ହୋଇଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ସେହିପରି ବାତ୍ୟା ତିତଲି ପରେ ଲୋକମାନେ ଜମିରେ ବିଭିନ୍ନ ପନିପରିବା ଚାଷ କରିଛନ୍ତି । ବର୍ତମାନ ଏହି ଫସଲ ଅମଳ ହେବାର ସମୟ । ଯଦି ଅଧିକ ବର୍ଷା ହୁଏ ଏସବୁ ଫସଲ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି ।