ବର୍ଷା ପାଣିରେ ମୁମ୍ବାଇର ହାଲ ବେହାଲ : ସୃଷ୍ଟି ହେଲା କୁତ୍ରିମ ବନ୍ୟା ପରିସ୍ଥିତି, ଜୀବନଯାତ୍ରା ଠପ୍

22

କନକ ବ୍ୟୁରୋ : ଲଗାଣ ବର୍ଷାରେ ମୁମ୍ବାଇର ହାଲ ବେହାଲ । ବର୍ଷା ପାଣିରେ ମୁମ୍ବାଇରେ ସୃଷ୍ଟି ହୋଇଛି କ୍ୟୃତ୍ରିମ ବନ୍ୟା ପରିସ୍ଥିତି । ଗତ କିଛି ଦିନ ହେବ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଆଉ ଏହି ଲଗାଣ ବର୍ଷା ମୁମ୍ବାଇରେ ଜୀବନଯାତ୍ର୍ରାକୁ ପ୍ରଭାବିତ କରିଛି । ମୁମ୍ବାଇ ରାସ୍ତା ଉପରେ ପ୍ରବାହିତ ହେଉଛି ବର୍ଷା ପାଣି । କିଛି କିଛି ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ବନ୍ୟା ଭ୍ରମ ସୃଷ୍ଟି ହେଉଛି । ଯାନବାହାନ ମଧ୍ୟ ବର୍ଷା ପାଣିରେ ଅଧା ବୁଡିରହିଥିବା ଦେଖିବାକୁ ମିଳିଛି ।

ବର୍ଷା ପାଣି ରାସ୍ତା ଉପରେ ଜମିରହିଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଛି । ଲୋକଙ୍କୁ ଯିବାଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷ କରି ସ୍କୁଲ କଲେଜ ପିଲା ଏବଂ ଅଫିସ ଲୋକଙ୍କୁ ଅଧିକ ହଇରାଣ ହରକତ ହେବାକୁ ପଡୁଛି ଜମି ରହିଥିବା ପାଣିରେ ପଶି ସେମାନଙ୍କୁ ଯିବାକୁ ପଡୁଛି । ଖାଲି ମୁମ୍ବାଇ ରାସ୍ତା ନୁହେଁ ଟ୍ରେନ ଟ୍ରାକରେ ମଧ୍ୟ ବର୍ଷା ପାଣି ଜମିରହିଛି । ଯାହାଫଳରେ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ସିଓନ ରେଲୱେ ଷ୍ଟେସନରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

ସେପଟେ ମୁମ୍ବାଇରେ ଘଟିଛି ଅଘଟଣ । ଅନେ୍ଧରୀ ଅଂଚଳରେ ଖସିପଡିଲା ଗୋଖଲେ ଓଭରବ୍ରିଜ୍ । ନିର୍ମାଣାଧିନ ଗୋଖଲେ ଫୁଟ୍ ଓଭରବ୍ରିଜରୁ ଏକ ବଡ ସ୍ଲାବ୍ ଖସିପଡିଛି । ଏହି ଦୁର୍ଘଟଣାରେ ୫ରୁ ଅଧିକ ଆହତ ହୋଇଛନ୍ତି । ଏଥ ସହ ଓଭରବ୍ରିଜ୍ ତଳେ ୧୦ରୁ ୧୫ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ, ଆରପିଏଫ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୪ଟଇ ଫାୟାର ବ୍ରିଗ୍ରେଡ ଟିମ ମଧ୍ୟ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଏହି ଦୁର୍ଘଟଣା ରେଳଷ୍ଟେସନ ପାଖରେ ହୋଇଥିବାରୁ ଅନେ୍ଧରୀ-ବିରାର ରୁଟରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ବ୍ରିଜର ସ୍ଲାବ ରେଲୱେ ଟ୍ରାକ ଉପରେ ପଡିଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବାନ୍ଦ୍ରା-ଗୋରେଗାଓଁ ଲୋକାଲ୍ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି ।

ଏଥିସହ ଅନେ୍ଧରୀ-ବିଲେପାର୍ଲେକୁ ସଂଯୋଗ କରୁଥିବା ୪ଟି ଲାଇନକୁ ବନ୍ଦ କରିଦିଆଯାଇଛି । ରେଳ ବିଭାଗ ପକ୍ଷରୁ ମଧ୍ୟ ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିିକ କରିବା ପାଇଁ ଚେଷ୍ଟା କରାଯାଉଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଓଭରବ୍ରିଜରେ କୌଣସି ଭାରି ଯାନବାହନ ଚଳାଚଳ ହୁଏ ନାହିଁ । କିନ୍ତୁ ବ୍ରିଜଟି ଅଣ୍ଡର କନଷ୍ଟ୍ରକ୍ସନ ଥିଲା । ଲଗାଣ ବର୍ଷା ଯୋଗୁଁ ଏପରି ଅଘଟଣ ଘଟିଥିବା କୁହାଯାଉଛି । ଏହା ପୂର୍ବରୁ ମଧ୍ୟ ଅର୍ଥାତ ୨୦୧୭ ସେପ୍ଟେମ୍ବରରେ ମୁମ୍ବାଇର ଏଲଫିନଷ୍ଟନ ଓଭରବ୍ରିଜରେ ଏଭଳି ଅଘଟଣ ଘଟିଥିଲା । ଏଥିରେ ପାଖାପାଖି ୨୩ ଜଣ ପ୍ରାଣ ହରାଇଥିଲେ ।