ବର୍ଷା କଲା ବେହାଲ : ଅସରାଏ ବର୍ଷାରେ ଭାସିଲା କଟକ ସହର

127

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଅସରାଏ ବର୍ଷାରେ ଭାସିଲା ସିଲ୍କ ସିଟି । ହଜାରେ ବର୍ଷର ସହରକୁ ବେହାଲ କଲା ବର୍ଷା । ଚାରିଆଡେ ଖାଲି ପାଣି ଆଉ ପାଣି । ଏକାକାର ହେଲା ରାସ୍ତା ଓ ଡ୍ରେନ୍ ।  ଆଣ୍ଠୁଏ ଆଣ୍ଠୁଏ ପାଣିରେ ଭାସିଲା କଟକ । ଆଜି ବର୍ଷାରେ ବେଶ୍ ଭିଜିଛି କଟକ ସହର । ହେଲେ ବର୍ଷା ସହରର ଲୋକଙ୍କ ଜୀବନଯାତ୍ରା ଠପ୍ କରିଦେଇଛି । ଚାରିଆଡେ ପାଣିର ସୁଅ । ରାସ୍ତାରେ ବୋହିଛି ଡ୍ରେନ୍ ପାଣି । ଅନେକ ସ୍ଥାନରେ ଘରେ ପାଣି ପଶିଛି । ପ୍ରବଳ ଗରମ ପରେ ବର୍ଷାକୁ ଅପେକ୍ଷା କରିଥିଲେ ଲୋକେ । ହେଲେ ଏବେ ଏହି ବର୍ଷା ଲୋକଙ୍କ ନିଜ ହଜାଇଦେଇଛି ।