ବର୍ଷା ବିତ୍ପାତ : ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ , ଘରେ ପସିଲା ଡ୍ରେନ ପାଣି

92

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବର୍ଷା ବିତ୍ପାତ । ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ । ଘରେ ପସୁଛି ଡ୍ରେନ ପାଣି । ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତ ଉପୁଜିଛି । ପରିସ୍ଥିତି ଏପରି ହୋଇଛି ଯେ, ଘରେ ପାଣି ପଶି ସମସ୍ତ ଆସବାବପତ୍ର ଭାସୁଛି । ଏ ହେଉଛି ଆମ ସ୍ମାର୍ଟ ସିଟିର ସ୍ମାର୍ଟ ଚିତ୍ର । ଯାହା ଏବେ ଆପଣମାନଙ୍କ ସାମ୍ନାରେ ।  ଯଦି ଅସରାଏ ବର୍ଷା ସ୍ଥିତି ଏଭଳି । ତେବେ ପାଣି ପାଗ ବିଭାର ଆକଳନ ଯଦି ସତ ହୁଏ ତେବେ ଅନୁମାନ କରନ୍ତୁ ପରିସ୍ଥିତି କଣ ହେବ । ରାଜଧାନୀର ଡ୍ରେନେଜ ବ୍ୟବସ୍ଥା କେତେ ସଫଳ ଏ ବର୍ଷା ପାଣି ସ୍ପଷ୍ଟ କରୁଛି ।

ଭୁବନେଶ୍ୱର ଅଚଂଳ ଇଂସ୍କନ ମନ୍ଦିର ସମ୍ମୁଖରେ ଥିବା କଲୋନୀ ଭିତରେ ପଶିଛି ବର୍ଷା ପାଣି । ଯେଉଁଥି ପାଇଁ କଲୋନୀ ବାସିନ୍ଦାଙ୍କର ଘରୁ ବାହାରିବା ମୁସ୍କିଲ ହେଉଥିବା ବେଳେ,ଜନ ଜୀବନ ବି ବେହାଲ ହେଉଛି ।

ସେହିପରି ୫୨ ବଜାର ୫୩ ଗଳିର ସ୍ଥିତି ବିଗାଡି ଦେଇଛି ଲଘୁଚାପ ଲଗାଣ ବର୍ଷା । କଟକରେ ମଧ୍ୟ ଗତକାଲି ରାତିରୁ ବର୍ଷା ଲାଗି ରହିଛି । ସହରର ପେଣ୍ଠସ୍ଥଳି ବାଦାମବାଡିରେ ବର୍ଷା ପାଣି ଜମି ରହିଛି । ଫଳରେ ଯାନବାହାନ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଆଣ୍ଠୁଏ ଆଣ୍ଠୁଏ ପାଣିରେ ପଶି ଲୋକ ଯାତାୟତ କରୁଛନ୍ତି।