ଭାସିଲା ଭୁବନେଶ୍ୱର । ଲଗାଣ ବର୍ଷାରେ ବେହାଲ ହେଲା ସ୍ମାର୍ଟସିଟି । ଦେଖନ୍ତୁ ସାରା ରାଜଧାନୀର ଚିତ୍ର ।

74

ଗତ ୧୨ ଘଂଟା ଧରି ଲଗାଣ ବର୍ଷା ରାଜଧାନୀରେ ବନ୍ୟା ସ୍ଥିତି ସୃଷ୍ଟି କରିଛି । କେଉଁଠି ରାସ୍ତା ଉପରେ ପାଣି ଜମି ରହିବା ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଥିବାର ଦେଖିବାକୁ ମିଳିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପରିକି ଠାକୁରଙ୍କୁ ମଧ୍ୟ ଜଳବନ୍ଦୀର ଶିକାର ହେବାକୁ ପଡିଛି ।

ସୋସିଆଲ ମିଡିଆରେ ଲୋକଙ୍କ ରୋଷ ମଧ୍ୟ ଦେଖିବାକୁ ମିଳିଛି । ଖାସ କରି ୧ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ଭୁବନେଶ୍ୱରର ଦୁରାବସ୍ଥା ବହୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନଜର ପକାନ୍ତୁ ଲଗାଣ ବର୍ଷା କିଭଳି ରାଜଧାନୀବାସୀଙ୍କୁ ଅକଳରେ ପକାଇଛି । ଇସ୍କନ ସାମ୍ନାରେ ଯାତ୍ରିବାହୀ ବସ ବର୍ଷାପାଣି ଯୋଗୁଁ ରାସ୍ତା ମଝିରେ ଅଟକି ରହିଥିଲା । ଚଳିତବର୍ଷ ଇସ୍କନ ସାମ୍ନାରେ ପାଣି ଅଟକିବାକୁ ନେଇ ରାଜନୀତି ଜୋର ହୋଇଥିଲେ ମଧ୍ୟ ଫଳ କିନ୍ତୁ ଶୁନ ।

 

ଚନ୍ଦ୍ରଶେଖରପୁର ଅଂଚଳରେ ପାଣି ଜମିରହିଛି । ଏପରିକି ଘରେ ମଧ୍ୟ ପାଣି ପଶିଥିବାର ଦେଖିବାକୁ ମିଳିଥିଲା ।

ଆପାର୍ଟମେଂଟ ଭିତରେ ପାଣି ପଶିବାର ଏହି ଚିତ୍ର ମଧ୍ୟ ସମସ୍ତଙ୍କୁ ବିବ୍ରତ କରିଛି ।


ଡମଣା ଅଂଚଳର ପଦ୍ମାବତୀ ବିହାରର ଏକ ଘରେ ପାଣି ପଶିଯିବାରୁ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଘରେ ରହୁଥିବା ଲୋକେ ।


ରାସ୍ତାରେ ଏତେ ପାଣି ଜମି ରହିଛି ଯେ, ଲୋକେ ଚାଲିକରି ଯିବା ମୁସ୍କିଲ ହୋଇପଡିଛି । ଏପରିକି ବାଇକ ମଧ୍ୟ ଅଧା ବୁଡିଯାଉଛି ।

ଓଲଡଟାଉନ ଅଂଚଳର ଗୈାରୀନଗର ନିକଟର ଏହି ଦୃଶ୍ୟ । ଲୋକେ ଘରୁ ବାହାରିବାକୁ ଚାହୁଁଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଯାତାୟତ ପାଇଁ ବୋଟ୍ ଆବଶ୍ୟକ ବୋଲି କଟାକ୍ଷ ମଧ୍ୟ କରିଛନ୍ତି ।

ଜଳବନ୍ଦୀର ଏହି ଅବସ୍ଥା ଏକାଧିକ ଆପାର୍ଟମେଂଟରେ ମଧ୍ୟ ସୃଷ୍ଟି ହୋଇଛି ।

ଡମଣା ଗାଁରେ ମଧ୍ୟ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ପ୍ରବଳ ପାଣି ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି ।

ବନ୍ୟାର ସ୍ଥିତି ନେଇ ଆଉ କିଛି ଟ୍ୱିଟ ଉପରେ ନଜର ପକାନ୍ତୁ ।

ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, କାହିଁକି ଏଭଳି ସ୍ଥିତି ଉପୁଜିଛି । ଡ୍ରେନ ଉପରେ ଜବରଦଖଲ କରି ରଖୀବା, କେନାଲ ଉପରେ ଆପାର୍ଟମେଂଟ ତିଆରି ହେବା ଏବଂ ଜଳ ନିଷ୍କାସନର ଉତ୍ସ ଅଳିଆରେ ଭର୍ତ୍ତି ହେବା ଭଳି ନାନା କାରଣକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଏମସିର ପାରିବାପଣିଆ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।