ଆଜିଠୁ ୪ଦିନ ଧରି ଭିଜେଇବ ବର୍ଷା : ଆସନ୍ତାକାଲିଠୁ ପ୍ରବଳରୁ ଅତି ପ୍ରବଳ ସମ୍ଭାବନା, ରଥଯାତ୍ରାକୁ ଭସାଇ ନେବା ଆଶଙ୍କା

33

କନକ ବ୍ୟୁରୋ : ଆଜିଠାରୁ ୧୫ ତାରିଖ ଯାଏ ପ୍ରବଳ ବର୍ଷିବା ସମ୍ଭାବନା । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଭିଜାଇବ । ୧୬ ତାରିଖ ଆଡକୁ ବର୍ଷା ସାମାନ୍ୟ କମିପାରେ । କେନ୍ଦୁୁଝର, ଭଦ୍ରକ, ଢ଼େଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲିଠାରୁ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

Source:ndtv.com

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ୧୨ତାରିଖରୁ ରାଜ୍ୟବ୍ୟାପୀ ବର୍ଷା ଆରମ୍ଭ ହେବା । ଅପରପକ୍ଷରେ ଝାଡଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଆଜି ଦିନଭରି ମେଘୁଆ ପାଗ ରହିଥିଲା । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି । ମାଲକାନାଗିରିରେ ସର୍ବାଧିକ ୧୮.୪ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରଗଡ଼ରେ ୧୩.୫ ମି.ମି, ସମ୍ବଲପୁରରେ ୧୧.୮ ମି.ମି ଓ ପାରାଦୀରେ ୧୦.୪ ମି.ମି ବର୍ଷା ହୋଇଛି ।