ଫାଇନାଲ ଟିକେଟ ପାଇଁ କିୱି ଟିମକୁ ଭେଟିବ କୋହଲି ଆଣ୍ଡ କୋ’ । ସେମିଫାଇନାଲ ମ୍ୟାଚରେ ବର୍ଷା ଆଶଙ୍କା ।

277

ଆସନ୍ତାକାଲି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ମାଞ୍ଚେଷ୍ଟରରେ ହେବାକୁ ଥିବା ଏହି ହାଇଭୋଲଟେଜ ମୁକାବିଲା ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ । କିୱି ଟିମକୁ ମାତ୍ ଦେଇ ବିଶ୍ୱକପ ଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି କୋହଲି ଆଣ୍ଡ କୋ । କିନ୍ତୁ ଏହି ମ୍ୟାଚରେ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ବେଶି ଜୋରରେ ନହେଲେ ମଧ୍ୟ ମ୍ୟାଚ୍ ମଝିରେ ମଝିରେ ବର୍ଷା ହୋଇପାରେ ।

ମଙ୍ଗଳବାର ଓ ବୁଧବାର ମାଞ୍ଚେଷ୍ଟରରେ ବର୍ଷା ଆଶଙ୍କା ରହିଥିବା ସ୍ପଷ୍ଟ କରିଛି ଆକ୍ୟୁୱେଦର ଡଟ୍ କମ । ଯଦି ମଙ୍ଗଳବାର ବର୍ଷା କାରଣରୁ ମ୍ୟାଚ୍ ବନ୍ଦ ରୁହେ ତେବେ ରିଜର୍ଭ ଡେ ଭାବେ ବୁଧବାର ମଧ୍ୟ ଏହି ମ୍ୟାଚ୍ ଖେଳାଯାଇପାରିବ । କିନ୍ତୁ ବୁଧବାର ବର୍ଷା ଆଶଙ୍କା ରହିଥିବାରୁ ଏହା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ତେବେ ବର୍ଷା କାରଣରୁ ଯଦି ମ୍ୟାଚ୍ ରଦ୍ଦ ହୋଇଯାଏ ତେବେ ପଏଣ୍ଟ ଅନୁଯାୟୀ ଫାଇନାଲ ମ୍ୟାଚ୍ ପାଇଁ ଟିକେଟ ଦିଆଯିବ । ଯାହାର ଫାଇଦା ଟିମ୍ ଇଣ୍ଡିଆକୁ ମିଳିବ ।