ଆରମ୍ଭରୁ ଆକ୍ରମଣ: ସର୍ଫରାଜ ସେନା ଉପରେ ବିରାଟ ବାହିନୀର ସର୍ଜିକାଲ ଷ୍ଟ୍ରାଇକ ! ସପ୍ତମ ଥରର ସମ୍ରାଟ ହେଉ ଭାରତ, ସମସ୍ତଙ୍କ ମନରେ ଆଶା

61

କନକ ବ୍ୟୁରୋ: ଅପେକ୍ଷାରେ ଯବନିକା ପଡିଲା, ଯୁଦ୍ଧ ଆରମ୍ଭ ହେଲା । ମାଞ୍ଚେଷ୍ଟରରେ ଆରମ୍ଭ ହେଲା ମହାସଂଗ୍ରାମ । ମ୍ୟାଚ ଆରମ୍ଭ ପରେ ସମସ୍ତଙ୍କ ମନରେ ଶଙ୍କା, ସମସ୍ତଙ୍କ ଛାତିରେ ଛନକା । ଆଜିର ମ୍ୟାଚରେ କଣ ହେବ ? କିଏ କାହାକୁ ହରାଇ କିଙ୍ଗ ହେବ ? ଲଗାତାର ୬ଟି ବିଶ୍ୱକପରେ ପାକିସ୍ତାନକୁ ହରାଇ ଭାରତ ବିଜୟର ବାନା ଉଡାଇଥିବା ବେଳେ ଏଥର ବିରାଟ ବାହିନୀ ସର୍ଫରାଜ ସେନା ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ସପ୍ତମ ଥରର ସମ୍ରାଟ ହେବ ନା ପାକିସ୍ତାନର ପଲ୍ଲା ଭାରି ରହିବ ସେନେଇ ସବୁ କ୍ରିକେଟ ପ୍ରେମୀ ଚିନ୍ତାରେ ଅଛନ୍ତି ।


ତେବେ ୟାରି ଭିତରେ ଓଲ୍ଡ ଟ୍ରାଫଡ୍ ପଡିଆରୁ ଆସିଛି ବଡ ଖବର । ପାକ୍ ବାହିନୀର ପ୍ରତିଟି ବଲକୁ ବଡ ଚତୁରତାର ସହ ଖେଳି ଅର୍ଦ୍ଧଶତକ ପୂରା କରିଛନ୍ତି ରୋହିତ ଶର୍ମା । ଟସ ଜିତି ପାକିସ୍ତାନ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେବା ପରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଭାରତ । ଓପନର ଯୋଡି ଭାବେ ରୋହିତ-ରାହୁଲ ଆରମ୍ଭରୁ ହିଁ ଆକ୍ରମଣ କରିଥିଲେ । ତେବେ ଭଲ ଫର୍ମ ସତ୍ତେ୍ୱ ମ୍ୟାଚକୁ ନେଇ କିଛି କହି ହେବନି । ସେଥିପାଇଁ ଛାତିରେ ଧକ ଧକ କମୁନି । ଅନ୍ୟ ମ୍ୟାଚ ହୋଇଥିଲେ ଚଳିବ ହେଲେ ପାକିସ୍ତାନ ମ୍ୟାଚ ମାନେ ମନରେ ଛନକା । ଯେମିତି ହେଉ ଜିତିବାକୁ ପଡିବ ।

ବର୍ଷା ମାଞ୍ଚେଷ୍ଟର ଆକାଶରେ ଚକର କାଟୁଥିବା ବେଳେ ସକାଳେ ମାଟିକୁ ଓଦା କରିଦେଇଥିଲା । ଅନେକ କସରତ ପରେ ପଡିଆ ସୁଖିବା ପରେ ଖେଳ ଆରମ୍ଭ ହୋଇଛି । ତେଣୁ ମ୍ୟାଚ ମଝିରେ ଯେମିତି ବର୍ଷା ବାଧକ ନସାଜେ ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନ କରୁଛନ୍ତି ସମସ୍ତେ । ବର୍ଷା ସହ ଭାରତ ସପ୍ତମ ଥର ବିଜଚୟ ପାଇଁ ବି ମାନସିକ କିଛନ୍ତି କିଛି ଖେଳପ୍ରେମୀ ।