ଓଡ଼ିଶାକୁ ପୁଣି ବାତ୍ୟା ଭୟ : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଉତର-ପଶ୍ଚିମ ଆଡକୁ ଗତି କରିବା ସଂଭାବନା

67

କନକ ବ୍ୟୁରୋ : ଓଡ଼ିଶାକୁ ପୁଣି ବାତ୍ୟା ଭୟ । ଆସନ୍ତା୯ ତାରିଖ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଓଡ଼ିଶା ଆଡକୁ ମୁହାଁଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ମିଳିନଥିଲେ ବି ଏନେଇ ଆଶଙ୍କା କରିଛନ୍ତି ପାଣିପାଗ ବିଜ୍ଞାନୀ ।

ଓଡ଼ିଶାରେ ତାପମାତ୍ରାରେ ପରିବର୍ତନକୁ ଏହାର ଏକ ଆଭାସ ବୋଲି ବିଶେଷଜ୍ଞମାନେ ଯୁକ୍ତି ରଖିଛନ୍ତି । ବର୍ତମାନ ଘୂର୍ଣ୍ଣିବଳୟ ସିଙ୍ଗାପୁରଠାରୁ ଉତରପଶ୍ଚିମ ଦିଗ ଅର୍ନ୍ତଗତ ଅଂଚଳରେ ରହିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ସ୍ଥଳ ଭାଗ ଦେଇ ଅଣ୍ଡାମାନ ଉପକୂଳ ସଂଲଗ୍ନ ସମୁଦ୍ରରେ ପହଂଚିବ । ଏହା ଘନୀଭୂତ ହୋଇ ବଙ୍ଗୋପସାଗରର ଉତର ପଶ୍ଚିମ ଆଡକୁ ଗତିକରିବାର ସଂଭାବନା ରହିଛି । ସେହିପରି ୮ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ କ୍ରମଶଃ ବଢ଼ିବାର ସଂଭାବନା ରହିଛି ।

ଦେଖନ୍ତୁ ଏହି ଭିଡିଓ –