ଟ୍ରେନରେ ଯାତ୍ରା କରିବା ଆହୁରି ସହଜ ହେଲା । ଚଳନ୍ତା ଟ୍ରେନରେ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ମିଳିବ ଟିକେଟ !

ରେଳରେ ଯାତ୍ରା କରିବା ହୋଇଯାଇଛି ସହଜ

266

କନକ ବ୍ୟୁରୋ : ଆପଣ ଟ୍ରେନରେ ଯାତ୍ରା କରିବା ପାଇଁ ଇଚ୍ଛା ରଖିଛନ୍ତି କି ! ତେବେ ଆପଣଙ୍କ ପାଇଁ ରେଳରେ ଯାତ୍ରା କରିବା ସହଜ ହୋଇଯାଇଛି । ଲଗାତାର ଭାବରେ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏହା ନିହାତି ଖୁସିର ଖବର । ମିଳିଥିବା ସୂଚନା ଅନୁସାରେ, ଆଗାମୀ ବର୍ଷଠାରୁ ଅପେକ୍ଷାରେ ଥିବା ଯାତ୍ରୀମାନଙ୍କୁ ଟିକେଟ ଦେବା ପାଇଁ ରେଳବାଇ ପଦକ୍ଷେପ ନେଇଛି । ଚଳନ୍ତା ଟ୍ରେନରେ ଟିଟିଆଇ ହିଁ ଏପରି ଅସୁବିଧାର ସମାଧାନ କରିବେ ବୋଲି ସୂଚନା ମିଳିଛି । ଯଦି ଚଳନ୍ତାଗାଡିରେ କୌଣସି ସିଟ ଖାଲି ହୋଇଛି ତେବେ ତତକ୍ଷଣାତ ଅପେକ୍ଷାରେ ଥିବା ଯାତ୍ରୀଙ୍କୁ ସେହି ସିଟ ଦିଆଯିବ ।

 

ତେଣୁ ପୂର୍ବରୁ ଯେପରି ଭାବରେ ଯାତ୍ରୀଙ୍କୁ ୨ଟି ଷ୍ଟେସନ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡୁଥିଲା ତାହା ଆଉ କରିବା ପାଇଁ ପଡିବ ନାହିଁ ବୋଲି ସୂଚନା ମିଳିଛି । ଏହାସହ ପ୍ରଥମ କରି ୫୦୦ ଟିଟିଆଇଙ୍କୁ ଦିଆଯିବ ଟର୍ମିନାଲ । ଏହା ସଫଳ ହେବାପରେ ୮ହଜାର ଟିଟିଆଇଙ୍କୁ ଏହି ହ୍ୟାଣ୍ଟ ଟର୍ମିନାଲ ଦିଆଯିବ ବୋଲି ସୂଚନା ମିଳିଛି । କେବଳ ରାଜଧାନୀ କିମ୍ବା ଦୁରନ୍ତ ନୁହେଁ ଅନେକ ଏକ୍ସପ୍ରେସ ଟ୍ରେନରେ ଥିବା ଟିଟିଆଇଙ୍କୁ ଏହା ମିଳିବ ।

 

ଏହି ମେସିନ ଆସିବା ପରେ ଟ୍ରେନରେ ଟିକେଟ ଚେକ କରୁଥିବା ଟିଟିଆଇଙ୍କୁ ଟିକେଟ ଚେକ କରିବା ମଧ୍ୟ ସହଜ ହେବ ବୋଲି ସୂଚନା ମିଳିଛି । ଅନେକ ସମୟରେ ଦେଖାଯାଏ ଲୋକମାନେ ଅଭିଯୋଗ କରନ୍ତି ଯେ, ଚଳନ୍ତା ଟ୍ରେନରେ ଟିକେଟ ଚେକ କରିବା ପାଇଁ ଟିଟିଆଇଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ପଡୁଥିଲା । ତେବେ ଏହଗି ମେସିନ ଆସିବା ପରେ ଏପରି ଅସୁବିଧା ହେବ ନାହିଁ ବୋଲି ସୂଚନା ମିଳିଛି । ଏହି ଯୋଜନାରେ ଲଗାତାର ଭାବରେ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନେ ହିଁ ଅଧିକ ଲାଭ ପାଇବେ ବୋଲି ଜଣାପଡିଛି ।