ରୋବଟ୍ ରୋକିବ ରେଳ ଦୁର୍ଘଟଣା। ରେଳଧାରଣା ଓ ଯନ୍ତ୍ରାଂଶ ଯାଂଚ କରିବ ରୋବଟ୍ ‘ଉସ୍ତାଦ୍’

ପ୍ରୟୋଗ ସଫଳ ହେଲେ ମିଳିବ ନିର୍ଭୁଲ ତଥ୍ୟ, କର୍ମଚାରୀଙ୍କ ପାଇଁ କାମ ହେବ ସହଜ

90

ରୋବଟ ରୋକିବ ରେଳ ଦୁର୍ଘଟଣା । ଟ୍ରେନର ଚେକିଂ ଓ ଦେଖାଶୁଣା କରିବା ପାଇଁ ରେଳ ବିଭାଗ ଏକ ରୋବଟ ନିର୍ମାଣ କରିଛି । ଯାହାର ପରୀକ୍ଷଣ ନାଗପୁର ଡିଭିଜନରେ କରାଯାଇଛି । ଏହାର ନାମ ରଖାଯାଇଛି ‘ଉସ୍ତାଦ’ । ରୋବଟ ‘ଉସ୍ତାଦ’ର ବିଶେଷତ୍ୱ ହେଉଛି, ଟ୍ରେନର ତଳ ଅଂଶକୁ ଫଟୋଗ୍ରାଫି କରିହେବା ସହ ପୁରା ଟ୍ରେନ ପାର୍ଟସର ଯାଂଚ ବି କରାଯାଇପାରିବ । ଏବେ ରେଳ ଧାରଣାରେ ନଇଁ ଟ୍ରେନ କୋଚର ତଳ ଭାଗକୁ ପରୀକ୍ଷା ଯାଉଛି । ପ୍ରୟୋଗ ସଫଳ ହେଲେ ରେଳ ଯନ୍ତ୍ରାଂଶର ଯାଂଚ ତଥା ନୀରିକ୍ଷଣ ପାଇଁ ରୋବଟ ଉସ୍ତାଦକୁ ନିୟୋଜିତ କରାଯିବ ।

ଏହା କେବଳ ରେଳ କର୍ମଚାରୀଙ୍କ କାମକୁ ସହଜ କରିବ ତା ନୁହେଁ ରେଳ ଯନ୍ତ୍ରାଂଶର ଯାଂଚକୁ ମଧ୍ୟ ସରଳ କରିବ । କର୍ମଚାରୀଙ୍କ ପରୀକ୍ଷାରେ ଭୁଲ ହେବାର ସମ୍ଭାବନା ଥିବା ବେଳେ ରୋବଟ ‘ଉସ୍ତାଦ’ ଯାଂଚରୁ ନିର୍ଭୁଲ ତଥ୍ୟ ମିଳିପାରିବ । ରେଲବାଇ ନାଗପୁର ଡିଭିଜନର ମେକାନିକାଲ ବ୍ରାଂଚ ଏହି ରୋବଟ ଉସ୍ତାଦକୁ ନିର୍ମାଣ କରିଛି । ଏଥିରେ ଶକ୍ତିଶାଳୀ ଏଚଡି କ୍ୟାମେରା ଓ ଫ୍ଲଡ ଲାଇଟ୍ ଲାଗିଛି । ଉସ୍ତାଦରେ ଲାଗିଥିବା କ୍ୟାମେରା ୩୬୦ ଡିଗ୍ରୀ ଯାଏଁ ବୁଲି ଫଟୋ ସହ ଭିଡିଓ ଉତୋଳନ କରିପାରିବ ।

କଂପୁଟର କିମ୍ବା ମୋବାଇଲରେ ଏହି ରୋବଟ ‘ଉସ୍ତାଦ’କୁ ପରିଚାଳନା କରି ରୋବଟ ପଠାଉଥିବା ଚିତ୍ରକୁ ଦେଖି ଇଂଜିନିୟର ମାନେ ଟ୍ରେନ ପାର୍ଟସକୁ ଯାଂଚ କରିପାରିବେ । ଯଦି କୌଣସି ପାର୍ଟକୁ ଫୋକସ କରିବାକୁ ହେଲେ କ୍ୟାମେରାକୁ ଜୁମ କରି ଆବଶ୍ୟକୀୟ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇପାରିବ ।

ରୋବର୍ଟ ‘ଉସ୍ତାଦ’ ସଂପର୍କିତ ଆଉ କିଛି ତଥ୍ୟ

-ଦୁର୍ଘଟଣା ରୋକିବାକୁ ରୋବଟ ବ୍ୟବହାର କରିବ ରେଲବାଇ

-ରୋବଟର ନାମ ଦିଆଯାଇଛି ‘ଉସ୍ତାଦ’

-ରେଳର ତଳଭାଗ ଓ ଯନ୍ତ୍ରାଂଶ ଯାଂଚ କରିବ ‘ଉସ୍ତାଦ’

-ନାଗପୁର ଡିଭିଜନ ମେକାନିକାଲ ବ୍ରାଂଚର ପ୍ରସ୍ତୁତି

-ରୋବଟ କର୍ମଚାରୀଙ୍କ କାମକୁ ସହଜ କରିବ

-କର୍ମଚାରୀଙ୍କ ଅପେକ୍ଷା ନିର୍ଭୁଲ ତଥ୍ୟ ଦେବ

-ଶକ୍ତିଶାଳୀ ଏଚଡି କ୍ୟାମେରା ଓ ଫ୍ଲଡ ଲାଇଟ୍ ରହିଛି

-କ୍ୟାମେରା ୩୬୦ ଡିଗ୍ରୀ ବୁଲି ଫଟୋ, ଭିଡିଓ ଉଠାପାରିବ

-କଂପୁଟର କିମ୍ବା ମୋବାଇଲରେ ଏହାକୁ ନିୟନ୍ତ୍ରଣ କରିହେବ