ରେଲୱେର ନୂଆ ଘୋଷଣା ! ଖାଲି ପାଣି ବୋତଲ ଦେଲେ ଯାତ୍ରୀଙ୍କୁ ମିଳିବ ୫ ଟଙ୍କା

31

ଭାରତୀୟ ରେଳବାଇ ପ୍ଲାଷ୍ଟିକ ଦ୍ୱାରା ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ଯୋଜନା ମାନ ତିଆରି କରୁଛନ୍ତି । କିଛି ଦିନ ପୂର୍ବରୁ ଭାରତୀୟ ରେଳବାଇ ବିଶ୍ୱ ପରିବେଶ ଦିବସରେ ପ୍ରଦୂଷଣକୁ ରୋକିବା ପାଇଁ ପାଳରେ ତିଆରି ହୋଇଥିବ ପ୍ଲେଟରେ ଖାଦ୍ୟ ପରସିବାର ବ୍ୟବସ୍ଥା ଆରମ୍ଭ କରିଥିଲା । ଏବେ ପୂନର୍ବାର ଭାରତୀୟ ରେଳବାଇ ପ୍ଲାଷ୍ଟିକ କବଳରୁ ପରିବେଶକୁ ରକ୍ଷା କରିବା ପାଇଁ ଆଉ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅନୁଯାୟୀ, ପାଣି ପିଇସାରିବା ପରେ ବୋତଲକୁ ନ ଫୋପାଡ଼ି ଫେରସ୍ତ କରିଲେ ୫ ଟଙ୍କା କ୍ୟାସବ୍ୟାକ ମିଳିପାରିବ । ଏହି ଯୋଜନା ଦ୍ୱରା ଯାତ୍ରୀ ମାନଙ୍କୁ ଫାଇଦା ହେବା ସହିତ ପରିବେଶକୁ ଆବର୍ଜନାରୁ ରକ୍ଷା କରାଯାଇପାରିବ ।

ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ରେଳବାଇର ଉଦେଶ୍ୟ
ଏହି ଯୋଜନା ଅନୁଯାୟୀ ପ୍ରଥମେ ବଡୋଦରା ରେଳ ଷ୍ଟେସନରେ ବୋତଲ କ୍ରସର ମେସିନ ଲଗାଯାଇଛି । ଷ୍ଟେସନ ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ । ଅଧିକରୁ ଅଧିକ ଯାତ୍ରୀଙ୍କୁ ଏହି ଯୋଜନା ସହ ଯୋଡ଼ିବା ପାଇଁ ବୋତଲ ଫେରାଇଲେ ୫ ଟଙ୍କା କ୍ୟାସବ୍ୟାକ ଦେବାକୁ ରେଳବାଇ ଘୋଷଣା କରିଛନ୍ତି । ଯଦି ଏହି ଯୋଜନା ସଫଳ ହୁଏ ତେବେ ଏହି ବ୍ୟବସ୍ଥା ଦେଶର ସମସ୍ତ ଷ୍ଟେସନରେ ଲାଗୁ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

କିପରି ମିଳିବ କ୍ୟାସବ୍ୟାକ
ଷ୍ଟେସନରେ ଲାଗିଥିବା ବୋତଲ କ୍ରସର ମେସିନରେ ଖାଲି ବୋତଲ ପକାଇବା ମାତ୍ରେ ମେସିନ ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବର ମାଗିବ । ସେଠାରେ ଆପଣ ମୋବାଇଲ ନମ୍ବର ଦେଇ ବୋତଲ କ୍ରାସ କରିବାର ତୁରନ୍ତ ବାଦ ୫ ଟଙ୍କା କ୍ୟାସବ୍ୟାକ ପାଇପାରିବେ । ଏହି କ୍ୟାସବ୍ୟାକ ଆପଣଙ୍କ ପେଟିଏମ ୱାଲେଟକୁ ଆସିବ । ଏହା ବାବଦରେ ରେଳମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ରେଳବିଭାଗର ଏହା ଛୋଟ ପ୍ରୟାସ ।