କମାଲ କଲା ଭାରତୀୟ ରେଳବାଇ ! ଏଣିକି ପାଣି ଉପରେ ବି ଦୌଡ଼ିବ ଟ୍ରେନ

34

ଆପଣ ପାଣିରେ କେବେ ଟ୍ରେନ ଚାଲୁଥିବାର ଦେଖିଛନ୍ତି । ଅଧିକାଂଶ ଲୋକଙ୍କର ଉତ୍ତର ନାଁ ଆସିବ । କିନ୍ତୁ ଏହା ସମ୍ଭବ ପର ହେବାକୁ ଯାଉଛି । ଖୁବଶୀଘ୍ର ପାଣି ଉପରେ ଚାଲିବ ଟ୍ରେନ । ଭାରି ବର୍ଷା କାରଣରୁ ବିଭିନ୍ନ ସମୟରେ ରେଳ ସେବା ବାଧାପ୍ରାପ୍ତ ହେଉଛି । ଯାହାଫଳରେ ଲୋକମାନେ ନାଁହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସକରି ମୁମ୍ବାଇର ଲାଇଫଲାଇନ ଲୋକାଲ ଟ୍ରେନରେ ଏପରି ଅସୁବିଧା ଦେଖାଦେଉଥିବାରୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ୱାଟରପ୍ରୁଫ ଲୋକମୋଟିଭ ଇଞ୍ଜିନର ପ୍ରସ୍ତୁତ କରିଛି । ଯାହା ୧୨ ଇଞ୍ଚ ପାଣି ଉପରେ ମଧ୍ୟ ଚାଲିପାରିବ ।

ସାଧାରଣତଃ ରେଳ ଲାଇନ ଉପରେ ୪ ଇଞ୍ଚର ପାଣି ଜମା ହୋଇଗଲେ ପୂର୍ବରୁ ରେଳ ଚଳାଚଳ ବନ୍ଦ ହୋଇଯାଉଥିଲା କିନ୍ତୁ ଏବେ ଏପରି ସମସ୍ୟା ଦେଖିବାକୁ ମିଳିବନାହିଁ । ଭାରତୀୟ ରେଳବାଇର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏହି ଅତ୍ୟାଧୁନିକ ଲୋକମୋଟିଭ ଇଂଜନ ରେଳ ଧାରଣାରେ ପାଣି ଜମିବା ସତ୍ତେ୍ୱ ବି ଧାରଣା ଉପରେ ଖୁବ ସହଜରେ ଚାଲିପାରିବ । ଟ୍ରେନର ଇଞ୍ଜିନ ୱାଟରପ୍ରୁଫ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ସିଲ ରହିବ । ଏହାର ଇଂଜିନ ୱାଟରପ୍ରୁଫ ହେଇଥିବାରୁ ଏହା ୧୨ ଇଞ୍ଚ ପାଣିରେ ମଧ୍ୟ ଯାତ୍ରା କରିପାରିବ ।