ଆହୁରି ମଜାଦାର ହେବ ଟ୍ରେନ୍ ଯାତ୍ରା ! ଖୁବଶୀଘ୍ର ରେଳବାଇ ଆଣୁଛି ବେଡ଼ରୁମ ଥିବା ବିଳାସପୂର୍ଣ୍ଣ କୋଚ୍

77

ଗ୍ରାହକଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ନିମୟିତ ବ୍ୟଧାନରେ କିଛି ନାଁ କିଛି ପରିବର୍ତ୍ତନ କରୁଛି । ଗତ କିଛି ଦିନରେ ଭିତରେ ହୋଇଛି ଅନେକ ପରିବର୍ତ୍ତନ । ଅନଲାଇନ୍ ଟିକେଟ୍ କରିବାରେ ସୁବିଧା, ଫ୍ଲାଟଫର୍ମରେ ମେଡ଼ିସିନ୍, ଚଳନ୍ତା ଟ୍ରେନରେ ଟିକେଟ କରିବା ଆଦି ନୂଆ ନୂଆ ନିୟମ ଉପସ୍ଥାପନ କରିସାରିଛି । ତେବେ ଏସବୁ ପରେ ରେଳଯାତ୍ରା ହେଉ ଆଉ ଅଧିକ ମଜାଦାର । ରେଳବାଇ ଖୁବ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ବେଡ଼ରୁମ, କିଚେନ୍, ଲାଉଞ୍ଜ ଓ ଟୟଲେଟ୍, ବିଳାସମୟ ସୈଲୁନ ଥିବା କୋଚ୍ ସାଧାରଣ ଲୋକଙ୍କୁ ସୁଯୋଗ ଆରମ୍ଭ କରିବ ବୋଲି ସୂଚନା ମିଳିଛି । ଏବେ ଆଉ ରେଲୱେର ବିଳାସପୂର୍ଣ୍ଣ କୋଚରେ ଯାତ୍ରା କରିବା ସ୍ୱପ୍ନ ହେବ ନାହିଁ । ଭାରତୀୟ ରେଳବାଇ ଏପରି ଦୁଇଟି କୋଚ୍ ଆଣିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ମୂଲ ଲକ୍ଷ୍ୟ ହେଲା ସାଧାରଣ ଲୋକଙ୍କୁ ବିଳାସମୟ କୋଚରେ ଯାତ୍ରା କରିବାକୁ ଉତ୍ସାହିତ କରିବ । ତେବେ ଆସନ୍ତୁ ଜାଣିବା ଏହି ବିଳାସପୂର୍ଣ୍ଣ ସୈଲୁନ୍ କୋଚ୍ କ’ଣ ?

ସୈଲୁନ କୋଚ୍ କ’ଣ ?
– ରେଲବାଇର ସୈଲୁନ କୋଚ୍ ବରିଷ୍ଠ ଅଧିକାରୀଙ୍କ ପାଇଥାଏ ।
– ଏହି କୋଚ୍, ଦୁର୍ଘଟଣାଗ୍ରସସ୍ତ ସ୍ଥାନ, ଦୂରଦୂରାନ୍ତର ଅଂଚଳକୁ ଯିବା ପାଇଁ ବ୍ୟବହାର ହୋଇଥାଏ ।
– ଦେଶର ସବୁ ରେଳୱେ ଜୋନରେ ମହଜୁଦ ସେଲୁନକୁ ମିଶାଇ ୩୬୬ଟି କୋଚ୍ ରହିଛି ।
– ଏକ ସୈଲୁନରେ ୪ ଜଣ କର୍ମଚାରୀ ରୁହନ୍ତି ।
– ସୁରକ୍ଷା ପାଇଁ ମଧ୍ୟ ଏହି କୋଚରେ କର୍ମଚାରୀ ମଧ୍ୟ ନିୟୋଜିତ ଥାଆନ୍ତି ।
– ସୈଲୁନର କୋଚକୁ ବିଶେଷ ଡ଼ିଜାଇନରରେ ପ୍ରସ୍ତୁତ କରାଯାଇଥାଏ ।

 

 

 

 

 

 

 

 

 

 

 

 

 

 

 

 

 

ସୈଲୁନ କୋଚରେ କି କି ସୁବିଧା ଉପଲବ୍ଧ ଥାଏ ?
– ଏକ ସୈଲୁନ କୋଚରେ ଦୁଇଟି ବେଡ଼୍ ରୁମ୍, ଗୋଟିଏ ଲାଉଞ୍ଜ, ଏକ ପେଣ୍ଟ୍ରି କାର, ଏ, ଗୋଟିଏ ଟୟଲେଟ ଓ ଗୋଟିଏ କିଚେନ ଥାଏ ।
– ଏହି କୋଚର ରକ୍ଷାଣାବେକ୍ଷଣ ପାଇଁ ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ ।
– ଯଦି ସୈଲୁନ କୋଚ୍ ବନ୍ଦ ହୋଇଯାଏ, ତେବେ ପ୍ରତିବର୍ଷ ରେଳବାଇ ୧୦୮୦ କୋଟି ଆୟ କରିପାରିବ ।
– ୩୦୦ ସୈଲୁନ କୋଚରେ ତିଆରି ହୋଇପାରିବ ୧୫ ଏସି ସ୍ୱତନ୍ତ୍ର ଟ୍ରେନ୍ ।
ନୂଆଦିଲ୍ଲୀରେ ଗତ ଗୁରବାର ଦିନ ବୋର୍ଡ଼ ଅଧ୍ୟକ୍ଷଙ୍କ ସହ ଟ୍ରାେଭେଲ ଆଣ୍ଡ ଆସେସେିଏସନର ବୈଠକ ବସିଥିଲା । ବୈଠକରେ ଏହି କୋଚରେ ସାଧାରଣ ଲୋକେ କିପରି ଯାତ୍ରା କରିପାରିବେ ଓ ସେମାନଙ୍କ ସାମ୍ନାରେ କିପରି ପ୍ରକୋଟ କରାଯାଇପାରିବ ସେ ନେଇ ଚର୍ଚ୍ଚା ହୋଇଥିଲା ।

IRCTC ନିର୍ଣ୍ଣୟ ନେବ କେଉଁ ରୁଟରେ ଚାଲିବ ସୈଲୁନ କୋଚ୍ –
ସୈଲୁନ କୋଚରେ ସାଧାରଣ ଲୋକେ କିପରି ଯାତ୍ରା କରିପାରିବେ ସେନେଇ ଦାବି ହୋଇଥିଲା । ଦିଲ୍ଲୀରେ ଥିବା ଏପରି ବିଳାସମୟ କୋଚ୍ ଚଳାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ତେବେ ଆରସିଟିସ ହିଁ ଏନେଇ ନିର୍ଣ୍ଣୟ ନେବ । ଆଉ ଆଇଆରସିଟିସି ଏନେଇ ଏକ ପୁସ୍ତକ ତିଆରି କରିବ ବୋଲି କହିଛି । ତେବେ ଏଫରି କିଛି ବିଳାସପୂର୍ଣ୍ଣ ଟ୍ରେନ ବିଷୟରେ ଆସନ୍ତୁ ଜାଣିବା ।

ମହାରାଜା ଏକ୍ସପ୍ରେସ –

 

 

 

 

 

 

 

 

 

 

 

 

 

 

 

 

 

 

– ମହାରାଜା ଏକ୍ସପ୍ରେସ୍ ଭାରତର ସବୁଠାରୁ ଦାମୀ ବିଳାସମୟ ଟ୍ରେନ ଅଟେ ।
– ୨୦୧୦ରେ ଭାରତୀୟ ରେଳ ଏହାକୁ ଆରମ୍ଭ କରିଥିଲା । ଏହି ଟ୍ରେନରେ ୨୩ ଟି ଡବା ରହିଛି, ଯାହା ଯାତ୍ରୀଙ୍କୁ ରାଜକୀୟ ଜୀବନର ଅନୁଭୂତି ପ୍ରଦାନ କରିବ ।
– ଏହି ଟ୍ରେନରେ ୨ଟି ଭୋଜନାଳୟ, ଏକ ଲାଉଞ୍ଜ, ବିଳାସପୂର୍ଣ୍ଣ ଜିନିଷର ଦୋକନ ଓ ରହିବା ପାଇଁ ୪୩ ଟି କ୍ୟାବିନ୍ ଦିଆଯାଇଛି ।
– ମହାରାଜାରେ ୩ ରାତି ପାଇଁ ୨.୭୫ ଲକ୍ଷ ଠାରୁ ଆରମ୍ଭ କରି ୮.୨୫ ଟଙ୍କା ଦେବାକୁ ପଡ଼ିବ ।

ପ୍ୟାଲେସ ଅନ୍ ହ୍ୱିଲସ୍ –
– ପ୍ୟାଲେସ୍ ଅନ୍ ହ୍ୱିଲସ ଭାରତର ପ୍ରଥମ଼ ବିଳାସପୂର୍ଣ୍ଣ ଟ୍ରେନ୍ ।
– ଭାରତରେ ସର୍ବପ୍ରଥମେ ୨୬ ଜାନୁୟାରୀ, ୧୯୮୨ରେ ପ୍ରଥମ ବିଳାସପୂବଣର୍ଣ୍ଣ ଟ୍ରେନ୍ ଦିଲ୍ଲୀରୁ ଆରମ୍ଭ ହେବ ।
– ଭାରତୀୟ ରେଳ ଦ୍ୱାରା ରାଜସ୍ଥାନ, ରାଜ୍ୟରେ ପର୍ଯ୍ୟଟନକୁ ଉତ୍ସାହିତ କରିବା ପାଇଁ ଏହି ଟ୍ରେନ୍ ଚଳାଚା ଆରମ୍ଭ ହୋଇଥିଲା ଆରମ୍ଭ ହୋଇଥିଲା । ଏଥିରେ ଅଛି ୨୩ କୋଚ ।
– ଏଥିରେ ୧୪ ଟି ସୈଲୁନ, ଏକ ସସ୍ପା କୋଚ୍, ଦୁଇଟି ରାଜକୀୟ ରେଷ୍ଟୁରାଟ ଆଦି ରହିଛି । ୨୦୧୦ରେ ଏହାକୁ ଦେଶରୁ ସବୁଠାରୁ ବିଳାସପୂର୍ଣ୍ଣ ରେଳଗାଡ଼ି ସୂଚୀରେ ସ୍ଥାନ ଦିଆଯାଇଛି ।

ଡ଼େକାନ ଓଡ଼ିଶୀ –

deccan-odishi-train

 

 

 

 

 

 

 

 

 

 

 

 

 

 

 

 

 

– ୧୬, ଜାନୁୟାରୀ ୨୦୦୪ରେ ଆରମ୍ଭ ହୋଇଥିଲା ଏହି ଟ୍ରେନ୍ ।

– ମୁୁମ୍ବାଇ ଠାରୁ ଆରମ୍ଭ କରି ଏହା ରତ୍ନଗିରି, ସିନ୍ଧୁଦୁର୍ଗ, ଗୋଆ, ବେଲଗାମ୍,କୋଲ୍ହାପୁର, ପୁନେ, ଔରାଙ୍ଗାବାଦ, ଅଜନ୍ତା-ଏଲୋରା ଦେଇ ପୁଣି ମୁମ୍ବାଇ ଫେରିଆସେ ଏହି ଟ୍ରେନ୍ । ଏହି ସୁପର ଡିଲକ୍ସ ବିଳାସମୟ ଟ୍ରେନକୁ ମହାରାଷ୍ଟ୍ର ଟୁରିଜମ୍ ଡ଼େଭଲୋପମେଂଟ କୋରପୋରେସନ ଲିମିଟେଡ଼୍ ଓ ଭାରତ ସରକାର ରେଳ ମନ୍ତ୍ରାଳୟ ମିଳିତ ରୂପେ ଚଳାଉଛନ୍ତି ।

– ୨୧ କୋଚ୍ ଥିବା ଏହି ଟ୍ରେନରେ ରହିଛି ୧୨ ଯାତ୍ରୀ କୋଚ୍ ।

– ଏହି ଟ୍ରେନର ଭଡ଼ା ୩ ଲକ୍ଷ ୭୮ ହଜାରରୁ ଆରମ୍ଭ କରି ୭ ଲକ୍ଷ ୫୬ ହଜାର ପର୍ଯ୍ୟନ୍ତ ରହିଛି ।