ଭାରତୀୟ ରେଳବାଇ ଲକ୍ଷ ଲକ୍ଷ ଜନତାଙ୍କ ଯାତାୟାତ କରିବାର ଏକ ମାଧ୍ୟମ । ରେଲୱେ ତରଫରୁ ଯାତ୍ରୀଙ୍କ ପାଇଁ ଯାତାୟତର ସୁବିଧା ଥିଲେ ମଧ୍ୟ କିଛିଟା କ୍ଷେତ୍ରରେ ରେଳବାଇ ଉପରୁ ଜନତାଙ୍କ ବିଶ୍ୱାସ ତୁଟି ଯାଉଛି । ନିକଟରେ ଏଭଳି ଏକ ଭିଡିଓ ସାମ୍ମାକୁ ଆସିଛି ଯାହା ଲୋକଙ୍କ ଭରଷାକୁ ଶକ୍ତ ଚାପୁଡା ମାରିବା ପରି ହେବ । ଭାରତୀୟ ରେଳବାଇର ଜଣେ ଚା ଭେଣ୍ଡର ଟ୍ରେନର ଟଏଲେଟରୁ ପାଣି ବାହାର କରି ସେହି ପାଣିରେ ଚା ପ୍ରସ୍ତୁତ କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି । ଅନ୍ୟପଟେ ଏହି ଭିଡିଓ ଭାଇରାଲ୍ ହେବା ଏବଂ କଥା ପ୍ରଘଟ ହେବା ପରେ ରେଲୱେ ତରଫରୁ ଉକ୍ତ ଭେଣ୍ଡରଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଲଗାଇ ଦିଆଯାଇଛି । ସୁଚନା ଅନୁସାରେ ଏହି ଟ୍ରେନଟି ପ୍ରତିଦିନ ତେଲେଙ୍ଗାନାରୁ ଯାତାୟତ କରେ । ଉକ୍ତ ଭିଡିଓରେ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଜଣେ ଭେଣ୍ଡର ଚା କ୍ୟାଟେଲକୁ ଟଏଲେଟରୁ ବାହାରକୁ ଆଣୁଥିବା ଦୃଶ୍ୟ ରହିଛି । ଏହି ଭିଡିଓରୁ ଏଭଳି ପ୍ରତୀତ ହେଉଛି ଯେମିିତି କ୍ୟାଟିଲରେ ଟଏଲେଟ୍ ପାଣିକୁ ଭର୍ତ୍ତି କରି ଅଣାଯାଇଛି । ଭିଡିଓ ଭାଇରାଲ୍ ହେବା ପରେ ଜଣାପଡିଲା ଯେ ଘଟଣାଟି ଗତବର୍ଷ ଡିସେମ୍ବର ମାସରେ ସିକନ୍ଦରାବାଦ୍(ତେଲେଙ୍ଗାନା) ରେଳଷ୍ଟେସନରେ ଚେନ୍ନାଇ ସେଣ୍ଟ୍ରାଲ- ହାଇଦ୍ରାବାଦ ଚାର୍ମିନାର ଏକ୍ସପ୍ରେସର ଏକ ବଗିରେ ଘଟିଥିଲା ।