ଅନଲାଇନ ଟିକେଟ ବୁକ୍ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା ! ରେଳବିଭାଗ ବନ୍ଦ କଲା ଆଉ ଏକ ପୁରୁଣା ସେବା

27

ରେଲୱେ ଆଉ ଏକ ପୁରୁଣା ସେବାକୁ ବନ୍ଦ କରିଛି । ପୂର୍ବରୁ ଅନଲାଇନ ଟିକେଟରେ ହୋମ ଡେଲିଭରି ସୁବିଧା ମିଳୁଥିବା ବେଳେ ଏବେ ଏହାକୁ ବନ୍ଦ କରାଯାଇଛି । ପୂର୍ବରୁ ଆଇଆରସିଟିସି ୱେବସାଇଟରେ ଅନଲାଇନ ମାଧ୍ୟମରେ ଟିକେଟ ବୁକ୍ କରିବା ପାସେଞ୍ଜରଙ୍କୁ ହୋମ ଡେଲିଭରିର ବିକଳ୍ପ ଦେଖାଉଥିଲା । ଏହି ବିକଳ୍ପ ଗ୍ରାହକ ବାଛିବା ଦ୍ୱାରା ବୁକ୍ କରାଯାଇଥିବା ଟିକେଟର ହୋମ ଡେଲିଭରି କରାଯାଉଥିଲା । ଏଥିପାଇଁ ଯାତ୍ରୀଙ୍କୁ ଅଧିକ କିଛି ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ଏବେ ଆଇଆରସିଟିସି ୱେବସାଇଟରୁ ହୋମ ଡେଲିଭରି ବିକଳ୍ପକୁ ଉଠାଇଦେଇଛି । ଏବେ ଅନଲାଇନେରେ ଟିକେଟ ବୁକ୍ କରୁଥିବା ଯାତ୍ରୀ ମୋବାଇଲ ମେସେଜ ଦେଖାଇ ରେଳରେ ଯାତ୍ରା କରିପାରିବେ ।

ରେଳ ବିଭାଗ ଏହି ପୁରୁଣା ସେବାକୁ ବନ୍ଦ କରିବା ପଛରେ ଏକ ବଡ କାରଣ ରହିଛି । ଟିକେଟର ହୋମ ଡେଲିଭରି ଅର୍ଡର ଦିନକୁ ଦିନ ହ୍ରାସ ପାଉଥିବାରୁ ଆଇଆରସିଟିସି ଏଭଳି ନିଷ୍ପତି ନେଇଛି । ପୂର୍ବରୁ ରେଳରେ ଯାତ୍ରା କରିବା ପାଇଁ ପାଖରେ ଟିକେଟ ରଖିବା ବାଧ୍ୟତାମୂଳକ ଥିଲା । ତେଣୁ ଅନଲାଇନ ଟିକେଟର ହୋମ ଡେଲିଭରିର ଡିମାଣ୍ଡ ରହିଥିଲା । କିନ୍ତୁ ଏବେ ଟିକେଟ ବଦଳରେ ମୋବାଇଲ ମେସେଜ ଦେଖାଇ ଯାତ୍ରୀ ମାନେ ଟ୍ରେନରେ ଯାତ୍ରା କରି ପାରୁଛନ୍ତି । ତେଣୁ ଅନଲାଇନ ଟିକେଟର ହୋମ ଡେଲିଭରିର ଡିମାଣ୍ଡ ହ୍ରାସ ପାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଇଆରସିଟିସି ଏହି ସେବାକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ।