ରବିବାର ଠାରୁ ଭୁବନେଶ୍ୱର ଷ୍ଟେସନରେ ମାଗଣା ୱାଇଫାଇ ସେବା

13

ଭୁବନେଶ୍ୱର : ଏପ୍ରିଲ ୧୭ରୁ ଭୁବନେଶ୍ୱର ରେଳ ଷ୍ଟେସନରେ ମିଳିବ ମାଗଣା ୱାଇଫାଇ ସେବା । ଯେକୌଣସି ସ୍ମାର୍ଟଫୋନ ବ୍ୟବହାରକାରୀ ରେଳ ଷ୍ଟେସନରେ ଏହି ସେବାର ଲାଭ ଉଠାଇ ପାରିବେ । ମୁମ୍ବାଇ ସେଂଟ୍ରାଲ ରେଲୱେ ଷ୍ଟେସନ ପରେ ଦେଶରେ ଦ୍ୱିତୀୟ ରେଳ ଷ୍ଟେସନ ଭାବେ ଭୁବନେଶ୍ୱରରେ, ସର୍ଚ୍ଚ ଇଂଜିନ ଗୁଗୁଲ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ । ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ବର୍ଷ ଶେଷ ସୁଦ୍ଧା ଦେଶର ୧୦୦ଟି ଷ୍ଟେସନରେ ଯାତ୍ରୀଙ୍କୁ ଇଂଟରନେଟ ସେବା ଯୋଗାଇ ଦେବାକୁ ଯୋଜନା ରହିଛି । ଏବେ ପରୀକ୍ଷାମୂଳକ ଭାବେ ସେବା ଆରମ୍ଭ ହୋଇଥିବାବେଳେ ରବିବାରଠାରୁ ଏହାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯିବ । ଷ୍ଟେସନରେ ଅପେକ୍ଷାରତ ଯାତ୍ରୀ ଇଂଟରନେଟ ଜରିଆରେ ଟ୍ରେନ ବିବରଣୀ ଜଣିିବା ସହିତ ହାଇ ଡେଫିନସେନ ଭିଡିଓ ଡାଉନଲୋଡ କରିପାରିବା ଭଳି ୱାଇଫାଇ ସୁବିଧା ଯୋଗାଇ ଦିଆଯିବ ।