ପୁରୀ ଗସ୍ତରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା : ପିପିଲି ପଂଚସଖା ପୀଠରେ କଲେ ମାଲ୍ୟାର୍ପଣ

57

ପୁରୀ : ପୁରୀ ଗସ୍ତରେ ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା। ପିପିଲିରେ ପଂଚସଖା ପୀଠରେ ଶ୍ରଦ୍ଧାଂଜଳୀ ଅର୍ପଣ କରିଛନ୍ତି ମନୋଜ ସିହ୍ନା। ସ୍ୱାଧୀନତା ସଂଗ୍ରାମୀ ଚାଖି ଖୁଂଟିଆଙ୍କ ଜନ୍ମସ୍ଥାନରେ ପହଚିଂ ଶ୍ରଦ୍ଧା ସୁମନ ଅର୍ପଣ କରିବେ କେନ୍ଦ୍ର ମନ୍ତ୍ରୀ। ଏହା ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଭାରତର ସ୍ୱାଧୀନତାରେ ଏହି  ଓଡିଆ ସଂଗ୍ରାମୀଙ୍କ ଅବଦାନକୁ ମନେ ପକାଇଛନ୍ତି ମନୋଜ ସିହ୍ନା।

ଉତ୍କଳ ମଣି ଗୋପବନ୍ଧୁ ଦାସ ଓ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନକୁ ମଧ୍ୟ ଗସ୍ତ କରିବେ କେନ୍ଦ୍ର ମନ୍ତ୍ରୀ।  ସ୍ୱାଧୀନତାର ୭୦ ବର୍ଷ ପୂର୍ତି ଅବସରରେ ଆଜାଦି ୭୦ କାର୍ଯ୍ୟକ୍ରମରେ ଯୋଗଦେବେ ମନୋଜ ସିହ୍ନା। ପୂର୍ବରୁ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥଳୀରେ ସଂଗ୍ରମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଛୋଟୁରାମ ଚୌଧୁରୀ ଢ଼େଙ୍କାନାଳ ଯାଇ ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।