ଆପଣଙ୍କ ଗୋଟିଏ ମେସେଜରେ ସିଟ୍ ସଫା କରିବାକୁ ପହଞ୍ଚିବେ ରେଳ କର୍ମଚାରୀ ! ଜାରି ହେଲା ରେଳବାଇର ନୂଆ ଯୋଜନା ।

32

ଭାରତୀୟ ରେଳବାଇ ଦିନକୁ ଦିନ ଯାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେଉଛି । ସେହିଭଳି, ରେଳଯାତ୍ରା ସମୟରେ ଯଦି ଆପଣଙ୍କ ସିଟ ଅପରିଷ୍କାର ହୋଇଥିବା ଦେଖନ୍ତି ତେବେ ଆପଣଙ୍କୁ ଏବେ ଏକ ଏସଏମଏସ କରିବାକୁ ପଡିବ । ଏସଏମଏସ କରିବାର କିଛି ସମୟ ପରେ ରେଳ କର୍ମଚାରୀ ଆପଣଙ୍କ ପାଖରେ ପହଞ୍ଚି ଆପଣଙ୍କ ସିଟକୁ ସଫା କରିଦେବେ ।

ରେଳବାଇର ନିୟମ ଅନୁସାରେ, ଫୋନ ନମ୍ବର ୧୩୮କୁ କଲ କରି ଆପଣ ବିଭିନ୍ନ ପ୍ରକାର ସୁବିଧା ପାଇପାରିବେ । ଏବେ ଏହି ସେବାରେ ଆଉ ଏକ ସୁବିଧା ରେଳବାଇ ଉପଲବ୍ଧ କରାଇବାକୁ ଯାଉଛି । ଏଣିକି ଆପଣଙ୍କ ସିଟ ଅପରିଷ୍କାର ହୋଇଯାଇଥିଲେ ୧୩୮ ନମ୍ବରକୁ କଲ୍ କରି ସିଟକୁ ପରିଷ୍କାର କରିପାରିବେ । ମୋଟାମୋଟି ଭାବରେ କହିବାକୁ ଗଲେ, ଯାତ୍ରୀ ମାନେ ୧୩୮ ନମ୍ବରକୁ କଲ୍ କରି ମେଡିକାଲ ଏମରଜେନ୍ସି, କୋଚ୍ ମେଣ୍ଟେନାନ୍ସ, କ୍ୟାଟ୍ରିଙ୍ଗ ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ । ଏହି ଏସଏମଏସ୍ ସେବାକୁ ଆରମ୍ଭ କରିବା ପାଇଁ ସମସ୍ତ ମୋବାଇଲ ଅପରେଟର ନେଟୱର୍କ ମାନଙ୍କୁ ୧୩୮ ନମ୍ବରର ମ୍ୟାପିଂ କରିବା ପାଇଁ କୁହାଯାଇଛି । ଏୟାରଟେଲ, ଭୋଡାଫୋନ ଏବଂ ଜିଓ ମୋବାଇଲ ଅପରେଟର ୧୩୮ ଏସଏମଏସ୍ ସେବାକୁ ନିଜ ନେଟୱର୍କରେ ଯୋଡିସାରିଥିବା ବେଳେ ବିଏସଏନଏଲ୍ ଏହି ସେବାକୁ ନିଜ ନେଟୱର୍କ ସହ ଯୋଡିବା ଆରମ୍ଭ କରିଦେଇଛି ।

ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ୧୩୮ ନମ୍ବରରେ କୌଣସି ଯାତ୍ରୀଙ୍କ କଲ ଆସିବା ମାତ୍ରେ ତକ୍ରାଳିନ ରେଳବାଇର ବିଭିନ୍ନ ଡିଭାଇଜକୁ ସୂଚନା ପହଁଚାଇ ଦିଆଯିବ । ପରେ ଏହି ସୂଚନା ରେଳରେ ଉପଲବ୍ଧ ଥିବା ଅନ୍ୟ ବୋର୍ଡ ହାଉସ କିପିଙ୍ଗ ଷ୍ଟାଫଙ୍କୁ ସୂଚନା ଦେବ । ଷ୍ଟାଫ ସୂଚନା ପାଇବା ମାତ୍ରେ ଯାତ୍ରୀଙ୍କ ଅସୁବିଧାକୁ ସମାଧାନ କରିବା ପାଇଁ ପହଞ୍ଚିଯିବେ ।