ପାର୍ବଣ ଋତୁରେ ଭାରତୀୟ ରେଳବାଇ କର୍ମଚାରୀଙ୍କୁ ଉପହାର : ବୋନସ୍ ଭାବେ ମିଳିବ ୭୮ ଦିନର ବେତନ, ୧୨ ଲକ୍ଷ କର୍ମଚାରୀଙ୍କୁ ମିଳିବ ଫାଇଦା

47

ପାର୍ବଣ ଋତୁ ପୂର୍ବରୁ ସରକାର ରେଳ କର୍ମଚାରୀଙ୍କୁ ବୋନସ୍ ଦେବାର ପ୍ରସ୍ତାବ ଉପରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥର ରେଳବାଇ କର୍ମୀଙ୍କୁ ୧୭,୯୫୦ ଟଙ୍କା ବୋନସ୍ ଭାବେ ମିଳିବ । ରେଳବାଇର ପାଖାପାଖି ୧୨ ଲକ୍ଷ ନନ୍-ଗେଜେଟେଡ୍ କର୍ମଚାରୀଙ୍କୁ ଏହା ଦ୍ୱାରା ଫାଇଦା ମିଳିବ ।

୭୮ ଦିନର ବେତନ ବୋନସ୍ ଭାବେ ମିଳିବ : ଅଲ୍ ଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନର ଦାବିକୁ ମାନି ବୋର୍ଡ ୭୮ ଦିନର ବୋନସ୍ ଦେବାର ନିର୍ଣ୍ଣୟ ନେଇଛନ୍ତି । ଏହି ବୋନସ୍ ରେଲୱେ ବୋର୍ଡର କ୍ଲାସ ଥ୍ରି ଓ ଫୋର୍ କର୍ମଚାରୀଙ୍କୁ ମିଳିବ । ଏହାପାଇଁ ଅଲଗା ଭାବେ ସପ୍ଲିମେଣ୍ଟ୍ରି ବିଲ୍ ପାସ୍ କରି ଗୋଟିଏ ଦିନରେ ହିଁ ସିଧା କର୍ମଚାରୀଙ୍କ ବ୍ୟାଙ୍କ ଖାତାରେ ବୋନସ୍ ଟଙ୍କା ପକାଇ ଦେବେ । ପ୍ରତିବର୍ଷ ରାଜ୍ୟ ଓ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ଦିପାବଳୀ ବୋନସ୍ ଦିଅନ୍ତି ।