ଜନସାଧାରଣଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ : ଓଡ଼ିଶା ଯାତାୟାତ କରୁଥିବା ୨ଟି ଟ୍ରେନ୍ ସମେତ ୧୮ଟି ଟ୍ରେନର ବଦଳିଲା ଷ୍ଟେସନ, ଜାଣନ୍ତୁ କେଉଁ ଷ୍ଟେସନରୁ ଚାଲିବ ଏହି ଟ୍ରେନଗୁଡିକ

34

ଦିଲ୍ଲୀ ସରାଇ ରୋହିଲ୍ଲା, ହଜରତ୍ ନିଜାମୁଦ୍ଦିନ୍, ନୂଆଦିଲ୍ଲୀ, ଦିଲ୍ଲୀ ଏବଂ ଆନନ୍ଦ ବିହାର ଟର୍ମିନାଲରୁ ଚଳାଚଳ କରୁଥିବା ୧୮ଟି ଟ୍ରେନର (ଅପ୍-ଡାଉନ୍) ଟର୍ମିନାଲ୍ ପରିବର୍ତ୍ତନ କରିଛି ଭାରତୀୟ ରେଳବାଇ।

୧୮ଟି ଟ୍ରେନରୁ (୯ଟି ଅପ୍/ଡାଉନ୍) ତିନୋଟି ଟ୍ରେନର ଟର୍ମିନାଲ୍ ଥିଲା ଦିଲ୍ଲୀ ସରାଇ ରୋହିଲ୍ଲା, ଅନ୍ୟ ଚାରିଟିର ଟର୍ମିନାଲ୍ ନୂଆଦିଲ୍ଲୀ ଥିଲାବେଳେ ବାକି ଦୁଇଟି ଟ୍ରେନର ଟର୍ମିନାଲ୍ ଥିଲା ଦିଲ୍ଲୀ ଜଙ୍କସନ୍ ଏବଂ ହଜରତ୍ ନିଜାମୁଦ୍ଦିନ।

ଜବଲପୁର-ନୂଆଦିଲ୍ଲୀ ସୁପରଫାଷ୍ଟର (୧୨୧୯୨/୧୨୧୯୧) ଟର୍ମିନାଲ୍ ବଦଳାଯାଇ ହଜରତ୍ ନିଜାମୁଦ୍ଦିନ କରାଯାଇଛି।

ଆଜମେର୍-ହଜରତ୍ ନିଜାମୁଦ୍ଦିନ ଶତାବ୍ଦୀ ଏକ୍ସପ୍ରେସ୍ (୧୨୦୬୫/୬୬) ଏବେ ଦିଲ୍ଲୀ ସରାଇ ରୋହିଲ୍ଲାରୁ ଚଳାଚଳ କରିବ।

ଚେନ୍ନାଇ-ଦିଲ୍ଲୀ ସରାଇ ରୋହିଲ୍ଲା ଗ୍ରାଣ୍ଡ ଟ୍ରଙ୍କ୍ ଏକ୍ସପ୍ରେସ୍ (୧୨୬୧୫/୧୬) ଏବଂ ଇନ୍ଦୋର-ଦିଲ୍ଲୀ ସରାଇ ରୋହିଲ୍ଲା ଇଣ୍ଟର୍ସିଟି ଏକ୍ସପ୍ରେସ୍ (୧୨୪୧୫/୧୬) ପାଇଁ ଏବେ ନୂଆ ଟର୍ମିନାଲ୍ ହେଉଛି ନୂଆଦିଲ୍ଲୀ। ପୂର୍ବରୁ ଉଭୟ ଟ୍ରେନ୍ ପାଇଁ ଟର୍ମିନାଲ୍ ଥିଲା ଦିଲ୍ଲୀ ସରାଇ ରୋହିଲ୍ଲା।

ପଠାନକୋଟ-ଦିଲ୍ଲୀ ଜଙ୍କ୍ସନ୍ ଧଉଲାଧର ଏକ୍ସପ୍ରେସ୍ (୧୪୦୩୬/୧୪୦୩୫) ପାଇଁ ନୂଆ ଟର୍ମିନାଲ୍ ହେବ ଦିଲ୍ଲୀ ସରାଇ ରୋହିଲ୍ଲା। ପୂର୍ବରୁ ଏହାର ଟର୍ମିନାଲ୍ ଥିଲା ଦିଲ୍ଲୀ ଜଙ୍କସନ୍।

ଡେରାଡୁନ୍-ଦିଲ୍ଲୀ ରୋହିଲ୍ଲା ମସୌରି ଏକ୍ସପ୍ରେସ୍ (୧୪୦୪୧/୪୩) ପାଇଁ ଟର୍ମିନାଲ୍ ହେଲା ଦିଲ୍ଲୀ ଜଙ୍କ୍ସନ୍ ଟର୍ମିନାଲ୍।

ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍ (୧୨୮୧୫/୧୬), ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ୍ (୧୨୮୭୫/୭୬), ରାଞ୍ଚି-ନୂଆଦିଲ୍ଲୀ ଝାଡ଼ଖଣ୍ଡ ଏସ୍. କେ. ଏକ୍ସପ୍ରେସର (୧୨୮/୨୬) ଦିଲ୍ଲୀରୁ ଉଠାଯାଇ ଆନନ୍ଦ ବିହାର ଟର୍ମିନାଲ୍ କରାଯାଇଛି।

ମେ ୨୧ ତାରିଖରୁ ଏହି ପରିବର୍ତ୍ତନ ଲାଗୁ କରାଯାଇଛି।