ଚାକିରି ପାଇଁ ଭାରତୀୟ ରେଳବାଇ ପ୍ରକାଶ କଲା ବିଜ୍ଞପ୍ତି ! ଜାଣନ୍ତୁ କଣ ରହିଛି ଯୋଗ୍ୟତା, ଏବଂ କେମିତି କରିବେ ଆବେଦନ ।

48

ପଶ୍ଚିମ ରେଳବାଇ ପକ୍ଷରୁ ସ୍ପୋର୍ଟସ୍ କୋଟା ତରଫରୁ ୨୧ ଟି ପଦବୀ ପାଇଁ ନୋଟିଫିକେସନ୍ ଜାରି କରାଯାଇଛି । ଏହି ପଦବୀରେ ୧୦ ପାସ୍ ପ୍ରର୍ଥାୀ ମଧ୍ୟ ଆବେଦନ କରିବାର ସୁଯୋଗ ପାଇବେ । ଏହି ପଦ ପାଇଁ ଆବେଦନ ତାରିଖ ୧୫ ଅକ୍ଟୋବର ୨୦୧୮ ରୁ ଆରମ୍ଭ ହୋଇଯିବ। ଯେଉଁ ଆଶାୟୀମାନେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ଏହି ବିବରଣୀ ବାବଦରେ ଜାଣିନିଅନ୍ତୁ ।

youth-falls-off-train-later-fined-for-ticketless-travel

ମୋଟ୍ ପଦ ସଂଖ୍ୟା : ୨୧

ପଦ ବିବରଣୀ :

ଖେଳର ନାମ (ଯେଉଁ କାରଣରୁ ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ ହେବାକୁ ଯାଉଛି)

ହକି

ବାସ୍କେଟ ବଲ୍

ଭଲି ବଲ୍

ୱେଟ୍ ଲିଫ୍ଟିଙ୍ଗ୍

ପାୱାର ଲିଫ୍ଟିଙ୍ଗ୍

ହ୍ୟାଣ୍ଡ୍ ବଲ୍

ଯୋଗ୍ୟତା : ଆବେଦନ କରିବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଦଶମ କିମ୍ବା ଯୁକ୍ତ ୨ ପାସ କରିଥିବା ଆବଶ୍ୟକ ।

ବୟସ ସୀମା : ଆଶାୟୀ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଦରମା : ୧୯,୯୦୦ ରୁ ଆରମ୍ଭ କରି ୯୨,୩୦୦ ଟଙ୍କା ।

ଇଚ୍ଛୁକ ପ୍ରାର୍ଥୀ ଫର୍ମ ପୂରଣ କରି ନିମ୍ନୋକ୍ତ ଠିକଣାରେ ପଠାନ୍ତୁ ।

Western Railway, Parcel Depot, Alibhai premji Road, Grant Road (East), Mumbai -400 007