ରେଳବିଭାଗର ୧୦୫୦ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ! ଜାଣନ୍ତୁ କିପରି କରିବେ ଆବେଦନ

97

ଭାରତୀୟ ରେଳବିଭାଗରେ ଚାକରି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ଅଧିନରେ ଆସୁଥିବା ନାଗପୁରଳ ରାୟପୁର ଓ ବିଳାସପୁର ଡିଭିଜନ ପାଇଁ ୧୦୫୦ଟି ଅପରେଂଟିସ ପଦବୀରେ ଭର୍ତ୍ତିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆବେଦନକାରୀ ସର୍ବନିମ୍ନ ୧୦ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏହାସହ ଆଇଟିଆଇରେ ସ୍ୱତନ୍ତ୍ର ବିଷୟରେ ପାସ ହେବା ଆବଶ୍ୟକ । ୧୫ରୁ ୨୪ ବର୍ଷୀୟ ଛାତ୍ରଛାତ୍ରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନକାରୀ ଆବଶ୍ୟକୀୟ ସମସ୍ତ ସର୍ତ୍ତକୁ ପୂରଣ କଲାପରେ କୌଣସି ପଦବୀଲାଗି ଆବେଦନ କରିପାରିବେ । ଦିବ୍ୟାଙ୍ଗ, ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ଛାଡ କରାଯାଇଛି ।

indian-railways_01-866x487ଚୟନ ପ୍ରକ୍ରିୟା : ଦଶମ ଶ୍ରେଣୀର ଫଳାଫଳ ଓ ଆଟିଆଇର ଫଳାଫଳକୁ ଆଧାର କରି ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ । ତେବେ ଉଭୟ ପରୀକ୍ଷାରେ ପ୍ରାର୍ଥୀ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ । ନଚେତ ଆବେଦନକାରୀଙ୍କୁ ବିଚାରକୁ ନିଆଯିବ ନାହିଁ ।ଏହାବାଦ୍ ଏହି ପଦବୀରେ ଚୟନ ପାଇଁ ପ୍ରଥମେ ପ୍ରାର୍ଥୀଙ୍କର ମେଡିକାଲ ଟେଷ୍ଟ କରାଯିବ । ଏଥିପାଇଁ ପ୍ରାର୍ଥୀଙ୍କୁ ୨୪ ଟଙ୍କା ମେଡିକାଲ ଫି ଦେବାକୁ ହେବ ।

ପଦବୀ ବିବରଣୀ:
ନାଗପୁର ଡିଭିଜନ , କାର୍ଯ୍ୟଶାଳା ମୋତିବାଗ: ୩୧୩ ପଦବୀ
ଋାୟପୁର ଡିଭିଜନ, ୱାଗନ ମରାମତି ଦୋକାନ: ୩୦୫ ପଦବୀ
ବିଳାସପୁର ଡିଭିଜନ: ୪୩୨ ପଦବୀ

କିପରି କରିବେ ଆବେଦନ: ଅନଲାଇନ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆବେଦନକାରୀଙ୍କୁ ରେଳବିଭାଗର ଅଫିସିଆଲ ୱେବସାଇଟ secr.indianrailways.gov.inରେ ଆବେଦନ କରିବାକୁ ପଡିବ । ସରଂକ୍ଷିତ ବର୍ଗର ଛାତ୍ରଛାତ୍ରୀ ଆବେଦନ କରିବା ପୂର୍ବରୁ ଜାତି ପ୍ରମାଣ ପତ୍ରର ନକଲ କପି ଅନଲାଇନରେ ଅପଲୋଡ କରିବା ଜରୁରୀ । ଆବେଦନକାରୀ ଇଣ୍ଟରନେଟ ବ୍ୟାକିଙ୍ଗ,ଡେବିଟ କାର୍ଡ, କ୍ରେଡିଟ କାର୍ଡ ମାଧ୍ୟମରେ ଆବେଦନ ଫି ଡିପୋଜିଟ କରିପାରିବେ ।ଆବେଦନ କରିବାର ଶେଷ ତାରିଖ ୨୮.୧୨.୨୦୧୭