ଏବେ ଟିକେଟ ପାଇଁ କାଉଣ୍ଟରରେ ଲାଇନରେ ଲାଗିବା ପାଇଁ ପଡ଼ିବ ନାହିଁ ! ରେଳବାଇର ବଡ଼ ପଦକ୍ଷେପ, ଲାଭବାନ ହେବେ ଯାତ୍ରୀ

48

ଟ୍ରେନ୍ ଟିକେଟ୍ କାଟିବା ପାଇଁ ଆଉ କାଉଣ୍ଟରରେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । କାରଣ ୧ ନଭେମ୍ବରରରୁ ଭାରତୀୟ ରେଳବାଇ ପୁରା ଦେଶରେ ୟୁଟିଏସ୍ ମୋବାଇଲ୍ ଆପର ଆରମ୍ଭ କରିବା ପାଇଁ ଯାଉଛି । ଆଉ ଏହି ଆପ୍ ଜରିଆରେ ଆପଣ ଜେନେରାଲ ତଥା ଅଣସଂରକ୍ଷିତ ଟିକେଟକୁ ଅନଲାଇନ୍ କିଣିପାରିବେ । ଏହି ଯୋଜନା ଚାରି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା କିନ୍ତୁ ମୁମ୍ବାଇ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏ ଯୋଜନା ଲାଗୁ ହୋଇପାରିନଥିଲା । ମୁମ୍ବାଇ ପରେ ଦିଲ୍ଲୀ ଓ ଚେନ୍ନାଇ ମହାନଗରରେ ଆରମ୍ଭ ହୋଇଥିଲା । ରେଳବାଇ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାକୁ ନିଜର ୧୫ଟି ଜେ।ନରେ ଲାଗୁ କରିିଛି ।

ତେବେ ଯେଉଁମାନେ ଲମ୍ବା ରାସ୍ତା ଯିବା ପାଇଁ ଟିକେଟ କରୁଛନ୍ତି, ସେମାନେ ମଧ୍ୟ ଏହି ଯୋଜନା ଦ୍ୱାରା ଲାଭବାନ୍ ହେବେ । ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆମେ ୟୁଟିଏସ୍ ମୋବାଇଲ୍ ଆପ୍ ଲୋକେ ଅଧିକ ଅଧିକରୁ ବ୍ୟବହାର କରନ୍ତୁ, ଏନେଇ ପ୍ରୟାସ ଜାରି ରହିଛି । ଯାତ୍ରୀ ଏହି ଆପର ଲାଭ ବିଷୟରେ ଜାଣିଗଲେ ଲୋକେ ଅନଲାଇନ୍ ଟିକଟେ୍ କିଣିବେ ଓ ଲାଭବାନ୍ ହେବେ ।

ବିଗତ ୪ ବର୍ଷରେ ଏହି ଆପ୍ ଜରିଆରେ ପାଖାପାଖି ୪୫ ଲକ୍ଷ ପଞ୍ଜିକୃତ ଯାତ୍ରୀ ଲାଭବାନ ହୋଇପାରିଛନ୍ତି ।  ଏହାପରେ ପ୍ରତିଦିଦ ପାଖାପାଖି ୮୭ ହଜାର ଲୋକ ଟିକେଟ୍ କାଟନ୍ତି । ଆପର ବ୍ୟବହାର ପାଇଁ ଯାତ୍ରୀଙ୍କୁ ଷ୍ଟେସନ ପାଖରେ ୨୫ରୁ ୩୦ ମିଟର ଦୂରରେ ରହିବା ଦରକାର । ଆଉ ଏହ ିଆପ୍ ମାଧ୍ୟମରେ କବେଳ ୪ଟି ହିଁ ଟିକେଟ କିଣାଯାଇପାରିବ ।