ରେଳ କର୍ମଚାରୀ ଦେଲେ ୭୩୦ ଦିନର ଛୁଟି ଦରଖାସ୍ତ ! ଇଣ୍ଟରନେଟରେ ଭାଇରାଲ୍ ହେଲା ଚିଠି ।

108

ପାକିସ୍ତାନରେ ଜଣେ ରେଳବାଇ କର୍ମଚାରୀ ନିଜ ନୂଆ ମୁଖ୍ୟଙ୍କ ସହ କାମ ନ କରିବା ପାଇଁ ୭୩୦ଦିନର ଛୁଟି ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ଆବେଦନ ପତ୍ର ଏବେ ସୋସିଆଲ ମିଡିିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆ କରି ନିୟୋଜିତ ହୋଇଥିବା ମୁଖ୍ୟଙ୍କ ଅଧୀନରେ କାମ କରିବା କଷ୍ଟ । ତାଙ୍କ ବ୍ୟବହାର ଯେମିତି ସେଭଳି ପରିସ୍ଥିତିରେ ମୁଁ କାମ କରି ପାରିବି ନାହିଁ ବୋଲି କହି କର୍ମଚାରୀ ଜଣଙ୍କ ୭୩୦ଦିନ ଛୁଟି ମାଗିଛନ୍ତି । କର୍ମଚାରୀଙ୍କ ଏହି ଆବେଦନ ପତ୍ର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ।

ପାକିସ୍ତାନରେ ନୂଆ ସରକାର ଗଠନ ହେବା ପରେ ଅଗଷ୍ଟ ୨୦,୨୦୧୮ରେ ଶେଖ୍ ରଶିଦ୍ ଅହମ୍ମଦଙ୍କୁ ରେଳମନ୍ତ୍ରୀ କରାଯାଇଛି । ଏହାପରେ ପାକିସ୍ତାନ ରେଳବାଇରେ କାର୍ୟ୍ୟରତ ହନିଫ୍ ଗୁଲ ଛୁଟି ମାଗିଥିଲେ । ସେ କହିବା ଅନୁଯାୟୀ, ନୂଆ ରେଳମନ୍ତ୍ରୀ ଶେଖ୍ ରଶିଦ୍ ଅହମ୍ମଦ ନିଜ ଅଧସ୍ତନ କର୍ମଚାରୀଙ୍କ ପ୍ରତି ବ୍ୟବହାର ଖୁବ୍ ଖରାପ । ତେଣୁ ତାଙ୍କ ଅଧୀନରେ କାମ କରିବା ସମ୍ଭବ ନୁହେଁ । ଏଥି ପାଇଁ ମୋତେ ଦୟାକରି ୭୩୦ଦିନର ଛୁଟି ଦିଆଯାଉ ବୋଲି ହନିଫ୍ ଆବେଦନ କରିଥିଲେ । ହନିଫ୍ଙ୍କ ଏହି ଆବେଦନ ପତ୍ରକୁ ନାମଞ୍ଜୁର କରାଯିବା ସହ ତାଙ୍କୁ କାର୍ୟ୍ୟରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି ।