ରାଜ୍ୟରେ ରେଳପଥର ବିକାଶ ଚିନ୍ତା : ଆଜି ରେଳମନ୍ତ୍ରାଳୟ ସହ ଚୁକ୍ତି ସ୍ୱାକ୍ଷର କରିବେ ମୁଖ୍ୟମନ୍ତ୍ରୀ

31

କନକ ବ୍ୟୁରୋ : ରାଜ୍ୟରେ ରେଳପଥ ବିକାଶ ନେଇ ଆଉ ଗୋଟିଏ ପାଦ ଆଗକୁ ଯାଇଛନ୍ତି ସରକାର । ବିଶେଷ କରି ଦକ୍ଷିଣ ଓଡ଼ିଶାର ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ରେଳ ସଂଯୋଗ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।

ଆଜି ରେଳମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ୨ଟି ପ୍ରକଳ୍ପ ନେଇ ଯୁକ୍ତି ସ୍ୱାକ୍ଷରିତ ହେବ । ଜୟପୁରରୁ ମାଲକାନଗିରି ଏବଂ ଜୟପୁରରୁ ନବରଙ୍ଗପୁର ରେଳ ପ୍ରକଳ୍ପ ନେଇ ଏହି ଚୁକ୍ତି ସ୍ୱାକ୍ଷରିତ ହେବ । ନୂଆଦିଲ୍ଲୀ ସ୍ଥିତ ରେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହେବ ।