ଭାରତୀୟ ରେଳୱେକୁ ହାଇଟେକ କରିବ ଇସ୍ରୋ ! ପ୍ରତି ଡବାରେ ଲାଗିବ ସିସିଟିଭି କ୍ୟାମେରା

33

ଭାରତରେ ଦିନ କୁ ଦିନ ଟ୍ରେନ ଦୁର୍ଘଟଣା ବଢ଼ିବାରେ ଲାଗୁଛି । ରେଳମନ୍ତ୍ରୀ ପିୟୂଷ ଗୋୟଲ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଅଧିକ ଗରୁତ୍ୱ ଦେଉଛନ୍ତି । ସେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ସର୍ବପ୍ରଥମ ପ୍ରାଥମିକତା ହେଲା ଯାତ୍ରୀଙ୍କ ସୁରକ୍ଷା । ଏଥିପାଇଁ ରେଲ ଷ୍ଟେସନ, ପ୍ଲାଟଫର୍ମ ଓ ଟ୍ରେନକୋଚରେ ସିସିଟିଭି କ୍ୟାମେରା ଲାଗିବ । ଏହାସହ ଯାତ୍ରୀଙ୍କୁ ଅଧିକ ସୁରକ୍ଷିତି ଅନୁଭବ କରିବେ ସେଥିପାଇଁ ଆରପିଏଫ୍ ଯବାନ୍ ଓ ସମସ୍ତ ଟିଟିଇ ୟୁନିଫର୍ମରେ ରହିବେ । ସେ କହିଛନ୍ତି ଭାରତରେ ଏବେ ବହୁତ ରେଳ ଦୁର୍ଘଟଣା  Piyush-Goyalଘଟୁଛି । ଏହାକୁ ଦୃଷ୍ଟିରେ ରଖି ଓ ଯାତ୍ରୀଙ୍କ ସୁରକ୍ଷା ଏବେ ବିଭାଗର ପ୍ରାଥମିକତା ରହିବ । ରେଳରେ ଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଇସ୍ରୋ , ରେଳ-ଟେକ ଓ ଭାରତୀୟ ରେଳ ସମସ୍ତ ଏକ ସଙ୍ଗେ କାମ କରୁଛନ୍ତି ।

ସୂଚନାଯୋଗ୍ୟ ଗତକାଲି ଖବର ଆସିଥିଲା ଭାରତୀୟ ରେଳବାଇରେ ଆହୁରି ପରିବର୍ତ୍ତନ ହେବାକୁ ଯାଉଛି । ଯାତ୍ରା ସମୟକୁ କମ୍ କରିଦେବା ପାଇଁ ରେଳମନ୍ତ୍ରୀ ପିୟୂଷ ଗୋଏଲ ଏକ ଅଭିନବ ପଦକ୍ଷେପ ନେବାର ଯୋଜନା କରିଛନ୍ତି । ଦେଶରେ ଚଳାଚଳ କରୁଥିବା ରେଳଗୁଡ଼ିକୁ ଆଉ ଟିକେ ଦୃତ ଗତିରେ ଚାଳନ କରାଯିବ ବୋଲି ଗୋଏଲ ସୂଚନା ଦେଇଥିଲେ । ମିଳିଥିବା ସୂଚନା ମୁତାବକ, ଏହି ଦୃତ ନିୟମ ଲାଗୁ ହେବା ଫଳରେ ପାଖାପାଖି ୫୦୦ ଟ୍ରେନ୍ ସେମାନଙ୍କର ପହଞ୍ଚିବା ସମୟରୁ ଅପେକ୍ଷାକୃତ ୨ ଘଣ୍ଟା ଆଗୁଆ ପହଞ୍ଚିବେ । ରେଳବାଇ କର୍ତ୍ତୃପକ୍ଷ ଏହି ନିୟମ ସଂପର୍କରେ ପୂରାପୂରି ଯୋଜନା କରି ସାରିଲେଣି । ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି ।