ଏଣିକି ଟ୍ରେନ ଟିକେଟ କ୍ୟାନସଲ କଲେ ଆଉ କରିବାକୁ ପଡିବନି ଅପେକ୍ଷା ! କିଛି ସେକେଣ୍ଡରେ ଜାଣିପାରିବେ କେବେ ପାଇବେ ଆପଣଙ୍କ ଫେରସ୍ତ ଟଙ୍କା ।

52

ଭାରତୀୟ ରେଳବାଇରେ ପ୍ରତିଦିନ ପାଖାପାଖି ୨.୩ କୋଟି ଲୋକ ଯାତାୟତ କରିଥାନ୍ତି । ସେଥିମଧ୍ୟରୁ ପାଖାପାଖି ୧୫ ଲକ୍ଷ ଯାତ୍ରୀ ଆଇଆରସିଟିସି ଜିଆରେ ଟିକେଟ ବୁକିଂ କରିଥାନ୍ତି । କିନ୍ତୁ ଏଥି ମଧ୍ୟରୁ ଏମିତି ଅନେକ ଲୋକ ଥାନ୍ତି ଯେଉଁମାନେ କୌଣସି କାରଣରୁ ନିଜ ଟିକେଟକୁ କ୍ୟାନସଲ କରିବାକୁ ପଡିଥାଏ ।

ଟିକେଟ କ୍ୟାନସଲ କଲା ପରେ ସମସ୍ତଙ୍କ ଚିନ୍ତା ରହିଥାଏ ଯେ, କେବେ ସେମାନେ ସେମାନଙ୍କ ଟଙ୍କା ଫେରି ପାଇବେ । କିନ୍ତୁ ଏବେ ଆପଣଙ୍କୁ ଆଉ ଏଭଳି ଟେନସନ ନେବାକୁ ପଡିବ ନାହିଁ । ଭାରତୀୟ ରେଳବାଇ ଏଥିପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରିଦେଇଛି । ଏହି ବ୍ୟବସ୍ଥା ଜରିଆରେ ଆପଣ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଆପଣଙ୍କ ଟଙ୍କା ଫେରସ୍ତ ବାବଦରେ ଜାଣିପାରିବେ । ଭାରତୀୟ ରେଳବାଇ ଏଥି ପାଇଁ ଏକ ନୂଆ ୱେବସାଇଟ ଆରମ୍ଭ କରିଛି ।

ତେବେ ଯଦି ଆପଣ ମଧ୍ୟ ଆପଣଙ୍କ ଟିକେଟର ରିଫଣ୍ଡ ବାବଦରେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ refunds.indianrail.gov.in ରେ ଲଗ ଇନ କରନ୍ତୁ । ଲଗ ଇନ କଲା ପରେ ଆପଣଙ୍କୁ ଆପଣଙ୍କର PNR ନମ୍ବର ଏଠାରେ ଦେବାକୁ ପଡିବ ଏହା ପରେ ଆପଣ ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ । ଆପଣ ଅନଲାଇନରେ ଟିକେଟ ବୁକ କରିଥାନ୍ତୁ କିମ୍ବା କାଉଣ୍ଟରରେ ଆପଣ ଏହି ପୋର୍ଟାଲ ମାଧ୍ୟମରେ ଆପଣଙ୍କ ଟିକେଟର ରିଫଣ୍ଡ ବାବଦରେ ସମସ୍ତ ସୂଚନା ପାଇପାରିବେ ।

ଏହା ପୂର୍ବରୁ ଯେଉଁମାନେ କାଉଣ୍ଟରରେ ଟିକେଟ ବୁକ କରୁଥିଲେ ସେମାନେ ନିଜ ଟିକେଟର ରିଫଣ୍ଡ ଫେରିପାଇବା ପାଇଁ ଟିଡିଆର ଫର୍ମ ଭରୁଥିଲେ । ଏବଂ ଅନଲାଇନ ଟିକେଟକାରୀଙ୍କ ମେସେଜ କିମ୍ବା ଇମେଲ ମାଧ୍ୟମରେ ନିଜ ରିଫଣ୍ଡ ବାବଦରେ ସୂଚନା ପାଉଥିଲେ । ଅନଲାଇନ ଟିକେଟ ଯଦି ଆପଣ ରଦ୍ଦ କରିଛନ୍ତି ତେବେ ଆପଣଙ୍କୁ ଏହାର ରିଫଣ୍ଡ ୫ଦିନ ପ୍ରୋସେସରେ ହୋଇଥାଏ । ଏବଂ ଯଦି ଆପଣ ରେଲୱେ କାଉଣ୍ଟରରେ ଟିକେଟ ବୁକ କରିଛନ୍ତି ତେବେ ଏହାର ରିଫଣ୍ଡ ଆପଣଙ୍କୁ ୭ଦିନର ପ୍ରୋସେସରେ ହୋଇଥାଏ ।