ଏଣିକି ଟ୍ରେନରେ ବସି ଆଇଆରସିଟିସିର କିଚେନ୍ ଉପରେ ଯାତ୍ରୀ ରଖିପାରିବେ ନଜର : ମୋବାଇଲରେ ଦେଖିପାରିବେ ଖାଦ୍ୟ ପ୍ରସ୍ତୁତିର ଭିଡିଓ

54

ରେଳଯାତ୍ରୀଙ୍କୁ ଯାତ୍ରା ସମୟରେ ଏବଂ ଷ୍ଟେସନ ଉପରେ ମିଳୁଥିବା ଖାଦ୍ୟପାନୀୟର ଗୁଣବତ୍ତା ଉପରେ ସର୍ବଦା ସମସ୍ତଙ୍କ ସନ୍ଦେହ ରହିଥାଏ । ଅନେକ ଥର ଯାତ୍ରୀ ଟ୍ରେନରେ ଖରାପ ଖାଇବା ମିଳୁଥିବାର ଅଭିଯୋଗ କରିଛନ୍ତି । କିନ୍ତୁ ଏବେ ରେଳବାଇ ଯାତ୍ରୀଙ୍କ ମନରୁ ସନ୍ଦେହ ଦୂର କରିିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ସମୟରେ ତାଙ୍କ ପାଇଁ ରନ୍ଧା ଯାଉଥିବା ଖାଦ୍ୟର ଲାଇଭ ଭିଡ଼ିଓ ଦେଖି ପାରିବେ ବୋଲି ଜଣାପଡ଼ିଛି । ଏଥିପାଇଁ ସେମାନେ ଆଇଆରସିଟିସି ସାଇଟକୁ ଯାଇ ଖାଦ୍ୟ ଠିକ୍ ଭାବରେ ତିଆରି କରାଯାଉଛି କି ନାହିଁ ଦେଖି ପାରିବେ । ଟ୍ରେନରେ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ପାଇଁ ଥିବା ସୁବିଧାରେ ସୁଧାର ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି ବୋଲି ଗୋଏଲ କହିଛନ୍ତି । ଆଇଆରସିଟିସି ଦ୍ୱାରା ପରିଚାଳିତ ୨୦୦ଟି ରୋଷେଇ ଘର ମଧ୍ୟରୁ ଏ ପର୍ଯ୍ୟନ୍ତ ୧୬ଟି ରୋଷେଇ ଘରେ କ୍ୟାମେରା ଲାଗି ସାରିଛି । ଦିଲ୍ଲୀ,ମୁମ୍ବାଇ ଏବଂ ଭୁବନେଶ୍ୱରରେ ଥିବା ରେଳ ଷ୍ଟେସନର ରୋଷେଇ ଘରେ କ୍ୟାମେରା ଲଗାଯାଇ ସାରିଥିବା ଜଣାପଡ଼ିଛି । ଯଦି ରୋଷେଇ କରିବା ସମୟରେ ରୋଷେୟା ନିଜର ୟୁନିଫର୍ମ ନ ପିନ୍ଧିଥିବେ ତେବେ ତାହା ଆପେ ଆପେ ଟ୍ରାକ୍ ହେବା ସହ କଣ୍ଟ୍ରାକ୍ଟରଙ୍କ ପାଖକୁ ରିପୋର୍ଟ ଚାଲିଯିବ ।