ବେକାର ଯୁବକ ଯୁବତୀଙ୍କ ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ବଡ଼ ଘୋଷଣା ! ଭାରତୀୟ ରେଳବାଇରେ ୪ ଲକ୍ଷ ନିଯୁକ୍ତି ସୁଯୋଗ

1,138

ରେଳମନ୍ତ୍ରୀ ପୀୟୁଷ ଗୋୟଲ୍ ବେକାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଭାରତୀୟ ରେଳବାଇରେ ଖୁବ ଶୀଘ୍ର ୪ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପୀୟୁଷ ଗୋୟଲ କହିଛନ୍ତି ଗତ ବର୍ଷ ଦେଢ଼ ଲକ୍ଷ ଲୋଙ୍କୁ ଚାକିରି ସୁଯୋଗ ମିଳିଥିଲା । ଅଗାମୀ ୨ ବର୍ଷରେ ପାଖାପାଖି ୪ ଲକ୍ଷ କର୍ମଚାରୀ ଚାକିରିରୁ ଅବସର ଗ୍ରହଣ କରିବେ । ଆଉ ସେମାନଙ୍କ ସ୍ଥାନରେ ନିଯୁକ୍ତି ସୁଯୋଗ ପାଇବେ ବେକାର ଯୁବକ ଯୁବତୀ । ତେବେ ଖୁବ ଶୀଘ୍ର ଭାରତୀୟ ରେଳବାଇରେ ୨ ଲକ୍ଷ ୩୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏବେ ରେଳବାଇରେ ମୋଟ୍ ୧ ଲକ୍ଷ ୩୨ ହଜାର ପଦ ଖାଲି ଅଛି ।

ସୂଚନାଯୋଗ୍ୟ ନୂଆ ପଦରେ ହେଉଥିବା ନିଯୁକ୍ତିରେ ଆର୍ଥିକ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ଦୁଇଟି ପର୍ଯ୍ୟାୟରେ ବେକାର ଯୁବକ ଯୁବତୀଙ୍କୁ ଦିଆଯିବ ନିଯୁକ୍ତି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୩୧ ହଜାର ୪୨୮ ପଦ ପାଇଁ ନୋଟିଫିକେସନ୍ ଜାରି କରାଯିବ । ଏବଂ ଦ୍ୱିତୀୟ ପର୍ଯ୍ୟୟରେ ୯୯ ହଜାର ପଦ ପାଇଁ ନୋଟିଫିକେସନ୍ ଜାରି କରାଯିବ । ତେବେ ଏହି ନିଯୁକ୍ତ ପାଇଁ ୨୦୨୦ ମେ ଓ ଜୁନରେ ନୋଟିଫିକେସନ୍ ଜାରି କରାଯିବ ।

piyush goyal
image courtesy -http://www.livemint.com/

ନିଯୁକ୍ତ ଘୋଷଣା ବ୍ୟତୀତ ରେଳମନ୍ତ୍ରୀ ପୀୟୁଷ ଗୋୟଲ୍ ପୂର୍ବତନ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ପୂର୍ବତନ ସରକାର ମଧ୍ୟ ଆଜି ପରି ରେଲୱେରେ ନିବେଶ କରିଥିଲେ ଆଜି ଏପରି ଅସୁବିଧା ହୋଇନଥାନ୍ତା ।