ଟ୍ରେନ ଦୁର୍ଘଟଣା ରୋକିବା ପାଇଁ ରେଳବାଇ କଲା ଏହି ଅଭିନବ ବ୍ୟବସ୍ଥା । ଜାଣନ୍ତୁ କ’ଣ ?

80

ଗତ ଦିନରେ ଏମିତି ଅନେକ ମାମଲା ସାମନାକୁ ଆସିଛି, ଯେଉର୍ଥିରେ କେହି ନା କେହି ବ୍ୟକ୍ତି ଟ୍ରେନକୁ ଚଢ଼ିବା ବା ଓହ୍ଲାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏମିତି ଅଧିକାଂଶ ମାମଲା ମୁମ୍ବାଇଷର ହୋଇଥାଏ, ଯେତେବେଳେ ଯାତ୍ରୀ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରନ୍ତି । ଏମିତି ଦୁର୍ଘଟଣାରୁ ବଂଚିବା ପାଇଁ ରେଳବାଇ ଏକ ନୂଆ ଉପାୟ ଖୋଜିଛି ।

ଏଠାରେ ଟ୍ରେନର ଗେଟରେ ନୀଳ ରଙ୍ଗର ଲାଇଟ୍ ଲଗାଯାଇଛି। ଏହି ଲାଇଟ୍ ଟ୍ରେନଟି ଚାଲିବା ମାତ୍ରେ ଜଳି ଉଠେ। ଏଥିରୁ ଯାତ୍ରୀ ଜାଣିପାରିବେ ଯେ ଟ୍ରେନ୍ ଷ୍ଟାର୍ଟ ହେବ। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଆଜି (ରବିବାର)ଏକ ଟ୍ରେନର ଭିଡ଼ିଓ ସେଆର୍ କରିଛନ୍ତି,ଏହି ଟ୍ରେନରେ ଦେଖାଯାଉଛି କି କିଭଳି ଟ୍ରେନ୍ ଆରମ୍ଭ ହେବା ମାତ୍ରେ ଗେଟରେ ନୀଳ ରଙ୍ଗର ଲାଇଟ୍ ଜଳିବା ଓ ଲିଭିବା ଲାଗେ। ତିନି ଚାରି ଥର ଏହି ଲାଇଟ୍ ଜଳିବାପରେ ଟ୍ରେନ୍ ପ୍ଲାଟଫର୍ମକୁ ଯାତ୍ରା ଆରମ୍ଭ କରିଥାଏ। ପୀୟୁଷ ଗୋୟଲ ଏହି ପଦକ୍ଷେପକୁ ସ୍ୱାଗତ କରି ଟ୍ଵିଟ୍ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି,‘ସେଫଟି ଫାଷ୍ଟ’।ଏହି ବ୍ୟବସ୍ଥାର ପ୍ରଚଳନ ଫଳରେ ଟ୍ରେନ୍ ଚାଲିବା ଆରମ୍ଭ ହେବା ସମୟରେ ସଂଘଠିତ ଦୁର୍ଘଟଣାରୁ ସହଜରେ ରକ୍ଷା ପାଇ ହେବ ବୋଲି କୁହାଯାଉଛି।