ବିଜେଡିର ରେଳରୋକ୍ ! ରେଳ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ବ୍ରହ୍ମପୁର ଏବଂ ସମ୍ବଲପୁରେ ଶାସକ ଦଳର ରେଳରୋକ

29

କନକ ବ୍ୟୁରୋ: ରେଳ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ବ୍ରହ୍ମପୁର ଷ୍ଟେସନରେ ବିଜେଡିର ରେଳରୋକ । ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଘଂଟିକିଆ ରେଳ ରୋକ୍ କରାଯାଇଛି । ଶୀତଳାପଲ୍ଲୀରେ ପ୍ରସ୍ତାବିତ ରେଳ ୱାଗନ କାରଖାନ ସ୍ଥାନାନ୍ତରକୁ ବିରୋଧ କରି ରେଳ ରୋକ୍ କରିଥିଲେ । ଶତାଧିକ ବିଜେଡି କର୍ମୀ ରେଳ ରୋକ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଓ ବିକ୍ଷୋଭ କରିଛନ୍ତି । ରେଳ ବିଭାଗ ଓଡିଶାରୁ ଅଧିକ ରାଜସ୍ୱ ପାଉଥିବାବେଳେ କମ୍ ଦେଉଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ଏହା ଦ୍ୱାରା ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

ଅନ୍ୟପଟେ, ସମ୍ବଲପୁରରେ ମଧ୍ୟ ସମାନ ଅବସ୍ଥା । କ୍ଷେତରାଜପୁର ଷ୍ଟେସନରେ ଜିଲ୍ଲା ବିଜେଡି ତରଫରୁ ଘଂଟିକିଆ ବନ୍ଦ ପାଳନ ହୋଇଛି । ରେଳ ବଜେଟରେ ପଶ୍ଚିମ ଓଡିଶାକୁ ଅବହେଳା ପ୍ରତିବାଦରେ ବନ୍ଦ ପାଳନ ହୋଇଛି ।